fbpx

ଜୀବନ ହାରିଲେ ଲୋକପ୍ରିୟ ଅଭିନେତ୍ରୀ ରେଞ୍ଜୁସା ମେନନ, ମାଲୟାଲାମ ଫିଲ୍ମ ଓ ୨୦ରୁ ଅଧିକ ଟିଭି ଶୋ’ରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ମାଲୟାଲାମ ଫିଲ୍ମ ଓ ଟିଭି ଅଭିନେତ୍ରୀ ରେଞ୍ଜୁସା ମେନନଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି । ସୋମବାର ଥିରୁଅନନ୍ତପୁରମ ସ୍ଥିତ ଅଭିନେତ୍ରୀଙ୍କ ଭଡା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଭିନେତ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି । କିନ୍ତୁ ଅଭିନେତ୍ରୀଙ୍କ ମୃତ୍ୟୁ କିପରି ହୋଇଛି ଏ ସଂପର୍କରେ କୌଣସି ସ୍ପଷ୍ଟ ବୟାନ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଯେଉଁ ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଛି ସେଠାରେ ସେ ପରିବାର ସହ ରହୁଥିଲେ । ଶ୍ରୀକାର୍ଯ୍ୟମ ପୋଲିସ ଆତ୍ମହତ୍ୟା ମାମଲା ଲଗାଇ ଯାଞ୍ଚ ଆରମ୍ଭ କରିଦେଇଛି । ରେଞ୍ଜୁସା ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ଟିଭି ଇଣ୍ଡଷ୍ଟ୍ରୀରେ ସେ ଜଣେ ଆଙ୍କର ଭାବରେ ପ୍ରଥମେ କାମ ଆରମ୍ଭ କରିଥିଲେ । ଏହାପରେ ସେ ଟିଭି ଶୋ ‘ସ୍ତ୍ରୀ’ରେ କାମ କରିଥିଲେ । ସେ ଏ ପର୍ଯ୍ୟନ୍ତ ୨୦ରୁ ଅଧିକ ଟିଭି ଶୋ’ କରି ସାରିଛନ୍ତି । ସେ କିଛି ମାଲୟାଲାମ ଫିଲ୍ମରେ ବି କାମ କରିଛନ୍ତି । ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା ।

Get real time updates directly on you device, subscribe now.