ଜେଲ ତିଆରି ଭାତ, ତରକାରୀ ଖାଇଲେ… ଖଟରେ ଶୋଇଲେ ଅଲ୍ଲୁ ଅର୍ଜୁନ୍

ହାଇଦ୍ରାବାଦ: ସୁପରହିଟ୍ ପ୍ୟାନ୍ ଇଣ୍ଡିଆନ୍ ମୁଭି ‘ପୁଷ୍ପା ଦ ରୁଲ୍’ର ଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ପରେ ଜାମିନରେ ବାହାରିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କ’ଣ ପାଇଁ ତାଙ୍କୁ ଏତେ ଶୀଘ୍ର ଜାମିନ ମିଳିଲା । କେଉଁ କାରଣରୁ ତାଙ୍କୁ ଗିରଫ କରାଗଲା, ଏମିତି ଅନେକ ପ୍ରଶ୍ନ ଲେକାଙ୍କ ମୁଣ୍ଡରେ ଘୁରିବୁଲୁଛି । ଯାରି ଭିତରେ ଆଉ ଏକ ପ୍ରଶ୍ନ ଉଙ୍କିମାରୁଛି ଯେ, ଅଲ୍ଲୁ ଅର୍ଜୁନ ଗୋଟିଏ ରାତି ଜେଲରେ କିପରି କାଟିଲେ? ଜେଲ ଷ୍ଟାଫଙ୍କ ସୂଚନାକ୍ରମେ ଅଲ୍ଲୁ ଅର୍ଜୁନଙ୍କୁ ସ୍ପେସାଲ ଟ୍ରିଟମେଣ୍ଟ ଦେବା ଲାଗି କୋର୍ଟ ଆଦେଶ ଦେଇଥିଲେ । ଯାହାକୁ ସଠିକ୍ ଭାବେ ଥାନା ଅଧିକାରୀ ପାଳନ ମଧ୍ୟ କରିଥିବା କୁହାଯାଉଛି।

ଅଲ୍ଲୁଙ୍କୁ ଗୁରୁବାର ଦିନ ରାତି ଜେଲରେ କାଟିବାକୁ ପଡ଼ିଥିଲା । ଜେଲ କର୍ତ୍ତୃପକ୍ଷ ତାଙ୍କୁ ସ୍ପେସାଲ ସେଲ୍ ପ୍ରୋଭାଇଡ୍ କରିଥିଲେ । ଯେଉଁଠାରେ ଗୋଟିଏ ଖଟ ଓ ଟେବୁଲ ଚେୟାର ଥିଲା । ଜାନିମ ଅର୍ଡର ଥାନାରେ ପହଞ୍ଚିଲାବେଳକୁ ରାତି ହୋଇଯିବା କାରଣରୁ ଅଲ୍ଲୁ ଅର୍ଜୁନଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ଅନ୍ୟ ଜେଲ କଏଦୀଙ୍କ ପରି ତାଙ୍କୁ ମଧ୍ୟ ଜେଲ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ସେଦିନ ସେ ଭାତ ଓ ତରକାରୀ ଖାଇ ରହିଥିଲେ । ଜେଲରେ ତାଙ୍କ ବ୍ୟବହାର ସାଧାରଣ ଥିଲା । ଗିରଫକୁ ନେଇ ସେ ଆଦୌ ଦୁଃଖି ଦେଖାଯାଉ ନ ଥିଲେ । ରାତ୍ରୀ ଭୋଜନ ସାରି ଅଲ୍ଲୁ ଅର୍ଜୁନ ସେଲରେ ପଡ଼ିଥିବା ଖଟରେ ଶୋଇଥିଲେ।

ଶୁକ୍ରବାର ସକାଳେ ଅଲ୍ଲୁ ଅର୍ଜୁନ୍ ଜେଲରୁ ବାହାରିଥିଲେ । ଏହାପରେ ଜେଲ ବାହାରେ ଥିବା ମିଡିଆକୁ ପ୍ରତିକ୍ରିୟା ଦେଇଥିଲେ । ସରି କହିବା ସହ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବା ସହ ଆଇନକୁ ସହଯୋଗ କରିବା କଥା କହିଥିଲେ ।