fbpx

ଦୁଷ୍କର୍ମକାରୀଙ୍କ ଶରୀରକୁ ଅଧା ପୋତି ପଥର ମାରିବା ଦରକାର: ସପା ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାରୁ ସମାଜବାଦୀ ପାର୍ଟିର ସାଂସଦ ଥିବା ଡା. ଏସଟି ହସନ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଲଖୀମପୁର ଖେରି ଗ୍ୟାଙ୍ଗ ରେପ ମାମଲାକୁ ନେଇ ସେ ଏଭଳି ବୟାନ ଦେଇଛନ୍ତି । ଏହି ହତ୍ୟାକାମଣ୍ଡରେ ସାମିଲ ଥିବା ମୁସଲିମ ଅଭିଯୁକ୍ତଙ୍କୁ ସମାଧି ସ୍ଥଳରେ ଅଧା ପୋତି ସେମାନଙ୍କୁ ପଥରରେ ମାରିବା ଦରକାର । ଏହା ଦ୍ୱାରା ସେମାନେ ପୁନର୍ବାର ଆଉ କେବେ ଦୁଷ୍କର୍ମ କରିବାକୁ ସାହାସ କରିବେ ନାହିଁ ।

୪ ଦିନ ପୂର୍ବରୁ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ନିଘାସନ ଥାନା ଅଞ୍ଚଳରେ ଦଳିତ ବର୍ଗର ଦୁଇ ଭଉଣୀଙ୍କ ଶବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଚାରିଆଡ଼େ ହଙ୍ଗାମା ମଚିଯାଇଥିଲା । ଯୁବତୀମାନଙ୍କୁ ସେମାନଙ୍କ ଘର ବାହାରୁ ଅପହରଣ କରି ନିଆଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କର ଶବ ମିଳିଥିଲା । ଦୁଇ ଭଉଣୀଙ୍କର ବୟସ ୧୫ ଓ ୧୭ ବର୍ଷ ଥିଲା ।

ଅନ୍ୟପକ୍ଷରେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି, ଯୁବତୀଙ୍କୁ ଅପହରଣ କରାଯାଇ ନଥିଲା । ସେମାନେ ନିଜ ଇଚ୍ଛାରେ ଅଭିଯୁକ୍ତଙ୍କ ବାଇକରେ ବସି ଯାଇଥିଲେ । ଅଭିଯୁକ୍ତଙ୍କୁ ସେମାନେ ପୂର୍ବରୁ ଚିହ୍ନିଥିଲେ । ମୁଖ୍ୟ ଅଭିଯୁକ୍ତ ଅନ୍ୟ ଅଭିଯୁକ୍ତଙ୍କ ସହ ଯୁବତୀଙ୍କ ଚିହ୍ନା ପରିଚୟ କରାଇଥିଲା, ମାତ୍ର ଘଟଣାସ୍ଥଳରେ ସେ ଉପସ୍ଥିତ ନଥିଲା । ଅଭିଯୁକ୍ତ ସୋହେଲ ଓ ଜୁନେଦ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିଲା । ପୋଲିସ ବର୍ତ୍ତମାନ ସୁଦ୍ଧା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।

Get real time updates directly on you device, subscribe now.