fbpx

ସ୍ପେନ ରାଷ୍ଟ୍ରପତି କରୋନା ପଜିଟିଭ୍: ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ହେବେନାହିଁ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପୂର୍ବରୁ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ କରୋନା ପଜିଟିଭ୍ ହୋଇଛନ୍ତି । ଏଥିପାଇଁ ସେ ଏବେ ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହୋଇପାରିତବେ ନାହିଁ । ସ୍ପେନ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ସାମିଲ ହେବେ ବୋଲି କୁହାଯାଉଛି ।

ତେବେ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ କହିଛନ୍ତି ଯେ, ତାଙ୍କର କୋଭିଡ -୧୯ ଟେଷ୍ଟ ପଜିଟିଭ୍ ଆସିଛି । ଫଳସ୍ୱରୂପ, ବର୍ତ୍ତମାନ ସେ ଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଇ ପାରିବେ ନାହିଁ । ରାଷ୍ଟ୍ରପତି ସାଞ୍ଚେଜ କହିଛନ୍ତି ଯେ, ବର୍ତ୍ତମାନ ସେ ନିଜକୁ ଭଲ ଅନୁଭବ କରୁଛନ୍ତି ଏବଂ ଜି -୨୦ ଶିଖର ସମ୍ମିଳନୀରେ ସ୍ପେନକୁ ପ୍ରଥମ ଉପରାଷ୍ଟ୍ରପତି ନାଦିଆ କଲଭିନୋ ସାଣ୍ଟାମାରିଆ ଏବଂ ବୈଦେଶିକ ମନ୍ତ୍ରୀ ଜୋସେ ମାନୁଏଲ ଆଲବେର୍ସ ପ୍ରତିନିଧିତ୍ୱ କରିବେ ।

ସେ ଟ୍ୱିଟରରେ ଲେଖିଛନ୍ତି, “ଆଜି ଅପରାହ୍ନରେ ମୋର କରୋନା ଟେଷ୍ଟ ପଜିଟିଭ୍ ଆସିଛି ଏବଂ ଜି -୨୦ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଯାଇପାରିବି ନାହିଁ । ମୁଁ ଭଲ ଅନୁଭବ କରୁଛି । ସ୍ପେନକୁ ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥନୈତିକ ବ୍ୟାପାର ଏବଂ ବୈଦେଶିକ ମନ୍ତ୍ରୀ ପ୍ରତିନିଧିତ୍ୱ କରିବେ ।

Get real time updates directly on you device, subscribe now.