ଓଡ଼ିଶା ଭାସ୍କର: ଭିତରକନିକାରେ କୁମ୍ଭିର ଗଣନା ପାଇଁ କୁମ୍ଭୀର ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । କିନ୍ତୁ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ।
ଯେତେବେଳେ ଭିତରକନିକା ବୁଲିବା ପାଇଁ ସାଧାରଣ ଲୋକଙ୍କୁ ଛଡ଼ାଯାଉ ନାହିଁ, ସେ ସମୟରେ ଭିଆଇପିଙ୍କୁ ଏଣ୍ଟ୍ରି ମିଳୁଛି ।
ବନ୍ଦ ସତ୍ୱେ ଭିତରକନିକା ବୁଲିପାରୁଛନ୍ତି ଭିଆଇପି । ଇକୋରିଟ୍ରିଟ୍ ଆସିଥିବା ଭିଆଇପିମାନେ ଭିତରକନିକା ବୁଲୁଥିବାର ଦେଖିବାକୁ ମିଳିଛି ।
କୁମ୍ଭୀର ଗଣନା ଚାଲିଥିବା କାରଣରୁ ସାଧାରଣ ଲୋକଙ୍କୁ ଭିତରକନିକା ଯିବା ପାଇଁ ବାରଣ କରାଯାଇଛି ।
ଭିଆଇପିଙ୍କୁ ଭିତରକନିକା ବୁଲିବା ପାଇଁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠିଛି ।