fbpx

ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା ଚାଲିଛି। ହୋଟେଲ ମେ ଫେୟାରରେ ଖେଳାଳୀଙ୍କ ଖାଇବାର ବନ୍ଦୋବସ୍ତ କରାଯାଇଥିବା ବେଳେ ସେମାନଙ୍କ ପାଇଁ କଣ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୋଇଛି ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି ।

ପଞ୍ଚ ତାରକା ହୋଟେଲ ମେ ଫେୟାରର ମୁଖ୍ୟ ସେଫ ମୃଦୁଲ ମଣ୍ଡଲ ଖେଳାଳୀଙ୍କ ପାଇଁ କଣସବୁ ଖାଦ୍ୟ ପ୍ରସ୍ତୁତ ହେଉଛି ତାର ସୂଚନା ଦେଇଛନ୍ତି। ମେନ୍ୟୁରେ ବିଭିନ୍ନ ପ୍ରକାରର ଖାଦ୍ୟଥିଲେ ମଧ୍ୟ ଖେଳାଳୀମାନେ ହେଲଦି ଫୁଡ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଖେଳାଳୀଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଡାଲମା ଭଜା ଭଳି ଖାଦ୍ୟ ପରଷା ଯିବ ବୋଲି ସୂଚନା ମିଳିଛି। ସେହିପରି ଆଗକୁ ରଜ ଆସୁଥିବାରୁ ଆରିଷା ପିଠା, ଚକୁଳି ପିଠା ଓ ମଣ୍ଡା ପିଠା ଭଳି ବିଭିନ୍ନ ପ୍ରକାର ପିଠା ଖେଳାଳୀଙ୍କୁ ପରଷା ଯିବ। ବିଶେଷ କରି ଓଡ଼ିଶାର ପ୍ରସ୍ତୁତ ଛେନାପୋଡ଼ ଖେଳାଳୀମାନଙ୍କୁ ପରଷା ଯିବ।

ସେହିପରି ସାଉଥ ଆଫ୍ରିକାର ଖେଳାଳୀଙ୍କ ପାଇଁ କଣ୍ଟିନେଣ୍ଟାଲ, ମେକ୍ସିକାନ ଓ ମେଡିଟେରିଆନ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେମାନେ ଯେଉଁ ପ୍ରକାରର ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ସେହି ପ୍ରକାରର ଖାଦ୍ୟ ପରଷା ଯିବ। ବିଶେଷକରି ଏହି ଖାଦ୍ୟ ଅଲିଭ ତେଲରେ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଖେଳାଳୀମାନଙ୍କ ପାଇଁ ରେଡ ମିଟକୁ ମେନ୍ୟୁରୁ ବାଦ ଦିଆଯାଇଛି।

 

Get real time updates directly on you device, subscribe now.