(ଓଡ଼ିଶା ଭାସ୍କର ): ହିନ୍ଦୁ ଧର୍ମରେ ୧୨ ମାସର ମହତ୍ୱ ଭିନ୍ନ । ପ୍ରତ୍ୟେକ ମାସ ନିର୍ଦ୍ଦିଷ୍ଟ ଦେବା ଦେବୀଙ୍କୁ ସମର୍ପିତ ଥାଏ । ନଭେମ୍ବର ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପରେ ପରେ ଆରମ୍ଭ ହୋଇଯାଇଛି ମାର୍ଗଶିର ମାସ । ହିନ୍ଦୁ କ୍ୟାଲେଣ୍ଡରରେ ନବମ ମାସ ହେଉଛି ମାର୍ଗଶିର । ଧର୍ମିକ ମାହାତ୍ମ୍ୟ ଅନୁସାରେ ଏହିମାସ ଭଗବାନ କୃଷ୍ଣଙ୍କୁ ସମର୍ପିତ ହୋଇଥାଏ । ଚାଲନ୍ତୁ ଜାଣିବା କୃଷ୍ଣଙ୍କୁ ପ୍ରସନ୍ନ କରିବାର ଉପାୟ…
ଗୀତାରେ ସ୍ୱୟଂ କୃଷ୍ଣ ନିଜକୁ ମାର୍ଗଶିର ବୋଲି କହିଛନ୍ତି । ସେଥିପାଇଁ ଏ ମାସରେ କୃଷ୍ଣଙ୍କ ଆରଧନା କରିବା ଦ୍ୱାରା ଭକ୍ତଙ୍କୁ ଈଶ୍ୱରଙ୍କ କୃପା ପ୍ରାପ୍ତି ହୁଏ । ଯେଉଁମାନେ ଘରେ ଆଣ୍ଠୁଆ ଗୋପାଳଙ୍କ ପୂଜା କରୁଛନ୍ତି ସେମାନେ, ପ୍ରଭୁଙ୍କ ନିକଟରେ ତୁଳସୀ ପତ୍ରରେ ଭୋଗ ଲଗେଇ ଲହୁଣି, ମିଶ୍ରି ପ୍ରସାଦ ଚଢ଼େଇଲେ ଠାକୁର ପ୍ରସନ୍ନ ହୁଅନ୍ତି । ମାତ୍ୟତା ରହିଛି କି, ଯେତେବେଳେ ଗୋପୀମାନେ ଶ୍ରୀ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ତପ କରିଥିଲେ । ସେତେବେଳେ କୃଷ୍ଣ ସେମାନଙ୍କୁ ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାକୁ କହିଥିଲେ । ଯେଉଁ କାରଣରୁ ମାର୍ଗଶିର ମାସରେ ଈଶ୍ୱରଙ୍କ ପ୍ରାପ୍ତି ପାଇଁ ଯମୁନାରେ ବହୁ ଲୋକ ସ୍ନାନ କରନ୍ତି । ଯମୁନା ଯାଇ ନ ପାରିଲେ ମୁଣ୍ଡରେ ତୁଳସୀ ମୂଳ ମାଟି ଲଗେଇ ତିର୍ଥ ସ୍ଥାନ ଏବଂ ପବିତ୍ର ନଦୀର ନାମ ଜପି ସ୍ନାନ କଲେ ମଧ୍ୟ ଠାକୁର ପ୍ରସନ୍ନ ହୁଅନ୍ତି । ଭଗବାନ ବିଷ୍ଣ, ଶ୍ରୀକୃଷ୍ଣ ଏବଂ ଲକ୍ଷ୍ମୀଙ୍କ ବ୍ୟତୀତ ମାର୍ଗଶିର ମାସରେ ଶଙ୍ଖ ପୂଜା ମଧ୍ୟ କରାଯାଏ । ଦେବୀ ଦେବତାଙ୍କ ପୂଜା ଯେଉଁ ଭଳି କରାଯାଏ ସେ ପ୍ରକାରେ ଶଙ୍ଖର ପୂଜା କଲେ ଈଶ୍ୱରଙ୍କ କୃପା ପ୍ରାପ୍ତି ହୋଇଥାଏ ।
କୃଷ୍ଣପକ୍ଷ ପ୍ରତିପଦା ତିଥିର ଆରମ୍ଭ ୧୬ ତାରିଖ ଶନିବାର ସକାଳ ୨ଟା ବାଜି ୫୮ମିନିଟରେ ଆରମ୍ଭ ହୋଇସାରିଛି । ରାତି ୧୧ଟା ୫୦ ମିନିଟରେ ପ୍ରତିପଦା ଶେଷ ହେବ । ପ୍ରତ୍ୟେକ ମାସର ଶେଷ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ ହୋଇଥାଏ । ସେହିପରି ଭାବେ ମାର୍ଗଶିର ମାସ ଡିସେମ୍ବର ୧୫ରେ ଶେଷ ହେବ । ହିନ୍ଦୁ ଧର୍ମିକ ମାନ୍ୟତା ଅନୁସାରେ ମାର୍ଗଶିର ମାସରେ କୃଷ୍ଣଙ୍କୁ ପୂଜା କରିବା ବିଧି ରହିଛି । କୃଷ୍ଣଙ୍କ ନାମ ଜପିବା ସହ ଈଶ୍ୱରଙ୍କ ଧ୍ୟାନ କଲେ ମନୁଷ୍ୟର ସବୁ ଅସୁବିଧା ଦୂର ହୋଇଯାଏ ଏବଂ ସବୁ ଅନିଷ୍ଟ ଖଣ୍ଡନ ହୋଇଯାଏ ବୋଲି ବିଶ୍ୱାସ ରହିଛି ।