fbpx

ଖୋଲା ଅଛି ସ୍ପେଶାଲ ଦୋକାନ: ମାତ୍ର ଏକ ଟଙ୍କାରେ କିଣିପାରିବେ ଜୋତାରୁ ଆରମ୍ଭ କରି ପୋଷାକ, ବହିପତ୍ର ଏବଂ ଅନେକ କିଛି…

ସାଧାରଣତଃ ଲୋକେ କୁହନ୍ତି ଏକ ଟଙ୍କାର ମୂଲ୍ୟ କିଛି ନୁହଁ । ଏକ ଟଙ୍କାରେ ବର୍ତ୍ତମାନ ଚକୋଲେଟ୍ ମିଳିବା ମଧ୍ୟ କଷ୍ଟକର । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ଦୋକାନ ଅଛି ଯେଉଁଠାରେ କି ଆପଣ ମାତ୍ର ଏକ ଟଙ୍କାରେ ଜୋତା ଠାରୁ ଆରମ୍ଭ କରି ବହି-ଖାତା, ପୋଷାକ ଆଦି ଅନେକ ଜିନିଷ ପାଇପାରିବେ । ଏହି ଦୋକାନ ସାମ୍ନାରେ ଜିନିଷ କିଣିବା ପାଇଁ ବର୍ତ୍ତମାନ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଛି । ଏଠାରେ ଏମିତି ଦୁଇଟି ଦୋକାନ ଖୋଲାଯାଇଛି, ଯେଉଁଠି ମାତ୍ର ଏକ ଟଙ୍କାରେ ଅନେକ ଜିନିଷ ବିକ୍ରି କରାଯାଉଛି । ଏଠାରେ ପ୍ରତ୍ୟେକ ଜିନିଷ କେବଳ ଏକ ଟଙ୍କାରେ ଉପଲବ୍ଧ ଅଛି ।

ତେବେ ପଞ୍ଜାବ ଚଣ୍ଡୀଗଡ ନଗର ନିଗମ ତରଫରୁ ଏହି ସ୍ୱତନ୍ତ୍ର ଦୋକାନ ଦୁଇଟି ଖୋଲାଯାଇଛି । ପ୍ରଥମ ଦୋକାନଟି ବିକାଶ ନଗରର କମ୍ୟୁନିଟି ସେଣ୍ଟର ଓ ଦ୍ୱିତୀୟଟି ମାଲୋୟାର କମ୍ୟୁନିଟି ସେଣ୍ଟରରେ ଖୋଲାଯାଇଛି । ଏହି ଦୁଇଟି ଦୋକାନରେ ଲୋକମାନେ ଦାନ କରିଥିବା ଜିନିଷ କେବଳ ଏକ ଟଙ୍କାରେ ସେହି ଲୋକଙ୍କ ପାଇଁ ଉପଲବ୍ଧ ଅଛି ଯେଉଁମାନଙ୍କୁ ଏହା ଦରକାର । ଏହି ଦୁଇଟି କମ୍ୟୁନିଟିରେ ସକାଳରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଖୁବ ଭିଡ଼ ଲାଗିଥାଏ । ଏଠାରେ ଲୋକଙ୍କ ପାଇଁ ଅଲଗା ଅଲଗା ବର୍ଗରେ ବିଭାକ୍ତ କରାଯାଇଛି, କପଡ଼ାରେ ମହିଳା, ପୁରୁଷ ଓ ଛୁଆଙ୍କ ପାଇଁ ଅଲଗା ବିଭାଗ ମଧ୍ୟ କରାଯାଇଛି ।

ଜୁନ ୫ ପର୍ଯ୍ୟନ୍ତ ଚାଲିଥିବା ରିଡ୍ୟୁସ, ରିସାଇକେଲ ଓ ରିୟୁଜର ସଫଳତା ପରେ ନଗର ନିଗମ ଏହି ସହରରେ ସ୍ଥାୟୀ ଭାବେ ଆରଆରଆର (ଜଜଜ) ସ୍କିମ ଖୋଲି ଦେଇଛନ୍ତି । ଜୋତା, ଖେଳଣା ଠାରୁ ଆରମ୍ଭ କରି ସଜାଇବା ଜିନିଷ, ସ୍କୁଲ ବ୍ୟାଗ ପରି ଅନେକ ଜିନିଷ ଲୋକ ସିଧା ନଗର ନିଗମକୁ ଦାନ କରନ୍ତି । ଏହି ଜିନିଷଗୁଡିକୁ ଏଠାକାର ସେଲ୍ଫ ହେଲ୍ପ ଗ୍ରୁପ ଘର ଘର ମଧ୍ୟ ପହଞ୍ଚାଉଛନ୍ତି ।

Get real time updates directly on you device, subscribe now.