fbpx

ପାତାଳଲୋକକୁ ଯିବା ପାଇଁ ଦିଲ୍ଲୀ ସରକାରର ବିଶେଷ ପ୍ରସ୍ତୁତି!

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଗୁରୁତ୍ୱ ସବୁସମୟରେ ରହିଛି । ରାଜନୈତିକ ରାଜଧାନୀ ହେବା ସହ ସମସ୍ତଙ୍କ ପ୍ରଥମ ପସନ୍ଦ ଡେଷ୍ଟିନି ହେଉଛି ଦିଲ୍ଲୀ । ଏଠି ରହିଛି ଆମର ଅନେକ ଐତିହ୍ୟ । ତେବେ ଚଳିତ ବର୍ଷାରେ ଦିଲ୍ଲୀରୁ ପାତାଳଲୋକକୁ ବାଟ ଫିଟିଛି । ଦିଲ୍ଲୀର ରାଜରାସ୍ତାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିରାଟ ବିରାଟ ଖାଲକୁ ଦେଖି ଲୋକେ ତାତ୍ସଲ୍ୟ କରି କହୁଛନ୍ତି କି ପାତଳ ଲୋକକୁ ବାଟ ଫିଟିଛି ।

ଦିଲ୍ଲୀର ତ୍ରିଲୋକପୁରୀରେ ଚଳିତ ବର୍ଷାରେ ଠିକ ରାସ୍ତା ମଝିରେ ହିଁ ଏକ ୧୫ ଫୁଟର ଗଭୀର ଗାତ ହୋଇଛି । ବର୍ଷାରେ ହଠାତ୍ ରାସ୍ତା ଧସିଯିବାରୁ ଏହି ସ୍ଥାନରେ ଗାତ ହୋଇଥିଲା । ତେବେ ସୌଭାଗ୍ୟକୁ ଏଥିରେ କେହି ହତାହତ ହୋଇନାହାନ୍ତି । ଗାତଟି ଏବେ ବଡ ହୋଇଛି କି, ଗାତରେ ଗୋଟିଏ କାର ଆରାମରେ ପସିପାରିବ ।

ତେବେ ରାସ୍ତାରେ ଠିଆ ହୋଇଥିବା ମରଣଯନ୍ତାକୁ ପୋଲିସ ବାରିକେଡ କରି ଘେରାବନ୍ଦୀ କରିଦେଇଛି । ସ୍ଥାନୀୟ ଲୋକଙ୍କ କହିବା କଥା, ଗତ କିଛି ଦିନର ଲଗାଣ ବର୍ଷାରେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଥିଲା । ତେବେ କେମିତି ଏହି ଗାତ ହୋଇଛି ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି ।

ତେବେ ଖାଲି ତ୍ରିଲୋକପୁରୀ ନୁହେଁ, ପଶ୍ଚିମ ଦିଲ୍ଲୀର ଜନକ ପୁରୀରେ ମଧ୍ୟ ବିଭିନ୍ନ ସ୍ଥାନରେ ରାସ୍ତା ଧସିଯିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯୋଗିନ୍ଦର ସିଂହ ମାର୍ଗରେ ରାସ୍ତା ଧସିବାର ସୂଚନା ରହିଛି । କିଛି ପୂର୍ବରୁ ପୁରୁଣା ପଙ୍ଖା ରାସ୍ତାରେ ମଧ୍ୟ ଗାତ ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ରାଜଧାନୀର ରାଜରାସ୍ତାରେ ବିରାଟ ବିରାଟ ଖାଲକୁ ନେଇ ଦିଲ୍ଲୀବାସୀ ଭୟଭୀତ । କେତେବେଳେ ରାସ୍ତାରେ ଯିବା ସମୟରେ କେଉଁ ରାସ୍ତା ଧସେଇ ପସିବ, ତାକୁ ନେଇ ଚିନ୍ତା । ରାସ୍ତାର ଏମିତି ଦୁରାବସ୍ଥା ପାଇଁ ଲୋକେ ଦିଲ୍ଲୀ ସରକାରକୁ ଦାୟୀ କରିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ ଖାଲଖମା ପାଇଁ ରାସ୍ତା ଜାମ ହେଉଛି ।

Get real time updates directly on you device, subscribe now.