fbpx

ସୌରିନଙ୍କୁ ଖୋଜିବ ସ୍ୱତନ୍ତ୍ର ଟିମ୍ : ଗତ ୨୫ ତାରିଖରୁ ମୋବାଇଲ ଅଛି ସ୍ୱିଚ ଅଫ

ଭୁବନେଶ୍ୱର : ଦୁଷ୍କର୍ମ ମାମଲାରେ ଏବେ ପର୍ଯ୍ୟନ୍ତ ଗିରଫ ହୋଇପାରି ନାହାନ୍ତି କଣ୍ଠଶିଳ୍ପୀ ସୌରିନ ଊଟ୍ଟ । ବର୍ତ୍ତମାନ ସୌରିନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଆରମ୍ଭ କରିଲା କମିଶନରେଟ ପୋଲିସ । ହାଇକୋର୍ଟରେ ଆଗୁଆ ଜାମିନ ନେଇ ଖାରଜ ହେବା ପରେ ଗିରଫ ପାଇଁ ତତ୍ପରତା ।ଜୋନ ୨ର ଏସିପି କହିଲେ ତୁରନ୍ତ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ କରାଯାଇଛି   ।

ସୂଚନା ଅନୁସାରେ, ବର୍ତ୍ତମାନ ସୌରିନକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଲକାତା ଓ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଖୋଜିବ ଏହି ଟିମ । ଏସିପିଙ୍କ କହିବା ଅନୁଯାୟୀ, ଗତ ୨୫ ତାରିଖରୁ ତାଙ୍କୁ ଫୋନ ସ୍ୱିଚ ଅଫ ଅଛି ।

Get real time updates directly on you device, subscribe now.