fbpx

ହାଟିଆ- ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମ୍‌-ମୁମ୍ବାଇ ଏଲଟି ସ୍ପେଶାଲ୍‌ ଅସ୍ଥାୟୀ ଭାବରେ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରେଳ ମନ୍ତ୍ରଣାଳୟ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଂଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତି ନେଇଛି । ୦୮୬୩୭/ ୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଂଟ-ହାଟିଆ ବିଶେଷ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନମାନଙ୍କରେ ସନ୍ଧ୍ୟା ୬ଘ.୨୫ମି. ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଂଟରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ଟା୨୦ମିରେ ଛାଡିବ ।

ଏହି ଟ୍ରେନ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍‌, ବବିଲି, ବିଜୟନଗରମ, ବିଶାଖାପାଟନମ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱୂର୍ଣ୍ଣ ଷ୍ଟେସନରେ ରହଣି କରିବ । ସେହିରି କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୦୮୫୧୯/୦୮୫୨୦ ବିଶାଖାପାଟନମ୍‌-ମୁମ୍ବାଇ ଏଲଟିଟି- ବିଶାଖାପାଟନମ୍‌ ସ୍ପେଶାଲ୍‌ ୧୫ ରୁ ୩୦ ଜୁନ୍‌ ମଧ୍ୟରେ ବିଶାଖାପାଟନମ୍‌ ରୁ ଏବଂ ମୁମ୍ବାଇ ଏଲଟିଟିରୁ ୧୮ ଜୁନ୍‌ ରୁ ୨ ଜୁଲାଇ, ୨୦୨୧ ମଧ୍ୟରେ ଅସ୍ଥାୟୀ ଭାବରେ ବାତିଲ୍‌ କରାଯିବ ପାଇଁ ନିଷ୍ପତି ନିଆଯାଇଛି ।

Get real time updates directly on you device, subscribe now.