fbpx

ଅଟୋ ଉପରେ ମାଡିଗଲା ହାଇୱା, ୭ ମୃତ, ୧୦ ଗୁରୁତର ଆହତ

ଜବଲପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଏଥିରେ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରଠାରେ ଘଟିଛି। ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଜୁରିଆଙ୍କୁ ନେଇ ଅଟୋ ଚାଳକ ଗାଁକୁ ଯିବାକୁ ବାହାରୁଥିଲେ। ଯେତେବେଳେ ସେମାନେ ଚରଗବାଁ ରୋଡରୁ ଆଗକୁ ଯାଉଥିଲେ, ସେହି ସମୟରେ ହାଇୱା ଅନିୟନ୍ତ୍ରିତ ହୋଇ ଅଟୋ ଉପରେ ମାଡିଯାଇ ଓଲଟି ପଡିଥିଲା। ତେବେ ଅଟୋରେ ବସିଥିବା ଶ୍ରମିକ ତଳେ ଦବିଯାଇଥିଲେ। ଘଟଣାସ୍ଥଳରେ ୭ଜଣ ମଜୁରିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁତୁତର ଅଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ଏବଂ ପୋଲିସକୁ ଖବର ପଠାଇଥିଲେ। ପୋଲିସ ଅଧିକାରୀ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ସେଠାରେ ଆହତଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡିଛି।

Get real time updates directly on you device, subscribe now.