fbpx

ଭୂତ ସହିତ ବିତାନ୍ତୁ ଗୋଟିଏ ରାତି: ମିଳିବ ୧୬ ହଜାର ଟଙ୍କା

ନୂଆଦିଲ୍ଲୀ: ଯଦି ଜଣେ ପ୍ରପର୍ଟି କିଣୁଥାନ୍ତି ଏବଂ ସେହି ସ୍ଥାନରେ ଭୁତ ପ୍ରେତ ଥିବା ଗୁଜବ ଶୁଣିବାକୁ ମିଳେ ତାହେଲେ ସାଧାରଣତଃ ଲୋକେ ସେଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଭାରତରେ ଏସବୁ ପାଇଁ ପୂଜା ପାଠ କିମ୍ବା ଅନ୍ୟ ଉପାୟ କରାଯାଇଥାଏ । କିନ୍ତୁ ପଡୋଶୀ ଦେଶ ଚୀନରେ ଏଥିପାଇଁ ଚାକିରି ଦିଆଯାଏ । ଏହି ଚାକିରି ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଗୋଟିଏ ରାତି ସେଠାରେ ଯାଇ ରହିବାକୁ ହୋଇଥାଏ ଏବଂ ପ୍ରମାଣ କରିବାକୁ ପଡିଥାଏ ଯେ ସେଠାରେ ସେମିତି କିଛି ନାହିଁ । ଶୁଣିକି ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଚୀନର ପ୍ରପର୍ଟି ବିଜନେସରେ ଏହା କିଛି ଅଜବ କଥା ନୁହେଁ । ଏଠାକାର ରିୟଲ ଇଷ୍ଟେଟ ଏଜେନ୍ସି ହଣ୍ଟେଡ ହାଉସ ଟେଷ୍ଟର୍ସ ଚାକିରୀ ପାଇଁ ଭଲ ଦରମା ମଧ୍ୟ ଦିଅନ୍ତି । ହଣ୍ଟେଡ କିମ୍ବା ଅଭିଶପ୍ତ ଜାଗା ବିକିବାକୁ ଏବଂ ଲୋକଙ୍କୁ ମନାଇବାକୁ ଏହି ଭୁତ ପ୍ରେତ ଘରେ ଶୋଇବାକୁ ଲୋକ ଖୋଜାଯାଏ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ରିପୋର୍ଟ ଅନୁଯାୟୀ, ହଣ୍ଟେଡ ହାଉସ ଟେଷ୍ଟର୍ସ ଚାକିରି ସହଜ ନୁହେଁ ।

ଏମାନଙ୍କୁ ନିଜ ଜୀବନ ବିପଦରେ ପକାଇ ହଣ୍ଟେଡ ହାଉସରେ ରହିବାକୁ ପଡିଥାଏ ଯାହା ବର୍ଷ ବର୍ଷ ଧରି ଖାଲି ପଡିଥାଏ । ଏହିସବୁ ଜାଗା ବିଷୟରେ ଭୁତ ପ୍ରେତ କାହାଣୀ ଶୁଣିବା ପରେ ସେମାନଙ୍କୁ ପ୍ରମାଣ କରିବାକୁ ହୁଏ ଯେ ସେଠାରେ କିଛି ନାହିଁ । ଏହି ଚାକିରି ପାଇଁ ପ୍ରତି ମିନିଟ ହିସାବରେ ଦରମା ଦିଆଯାଏ । ଚୀନ ମୁଦ୍ରା ଅନୁସାରେ ଏକ ମିନିଟ ପାଇଁ ୧ ୟେନ ଦିଆଯାଏ ଅର୍ଥାତ ଘଣ୍ଟାଏ ପାଇଁ ୬୦ ୟେନ । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୦୦ ଟଙ୍କା । ଅର୍ଥାତ ଯଦି ଜଣେ ୨୪ ଘଣ୍ଟା ରହେ ତାହେଲେ ତାକୁ ୧୬ ହଜାର ୭୪୪ ଟଙ୍କା ମିଳିବ । ଅଧିକାଂଶ ସମୟରେ ବନ୍ଦ ପଡିଥିବା ଘରେ ଘର ମାଲିକ କିମ୍ବା ସମ୍ପତ୍ତି ନିବେଶକ ନିଜେ ଯିବାକୁ ଚାହିଁନଥାନ୍ତି । ସେମାନେ ହୋମ ଟେଷ୍ଟର୍ସ ଖୋଜିଥାନ୍ତି । ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଫେସନାଲ ଲୋକ ଖୋଜାଯାଏ ଯେଉଁମାନଙ୍କର ହଣ୍ଟେଡ ହାଉସରେ ରହିବାର ଅଭିଜ୍ଞତା ଥିବ । ହଣ୍ଟେଡ ହାଉସରେ ୨୪ ଘଣ୍ଟା ବିତାଇବା ପରେ, ସେ ଏକ ଭିଡିଓ ମାଧ୍ୟମରେ ନିଜ ନିଯୁକ୍ତି ଦାତାଙ୍କୁ ବିଶ୍ୱାସ କରାନ୍ତି ଯେ ସେଠାରେ ରହିବାରେ କୌଣସି ଅସୁବିଧା ନାହିଁ । ଅଧିକାଂଶ ଲୋକେ ଏହାକୁ ପାର୍ଟ ଟାଇମ୍ ଭାବେ କରିଥାନ୍ତି ।

Get real time updates directly on you device, subscribe now.