fbpx

ଘରେ ବୁଢୀଆଣି ଜାଲ ରହିଲେ ଦେଖାଦେଇଥାଏ ଏହିସବୁ ସମସ୍ୟା

ଓଡିଶା ଭାସ୍କର ବ୍ୟୁରୋ : ଅନେକ ସମୟରେ ବାସ୍ତୁ ଜନିତ ସମସ୍ୟା କାରଣରୁ ଘରେ ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା କେତେକ ଜିନିଷ କାରଣରୁ ଏହି ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ,ମାନସିକ ଚିନ୍ତା, ଆର୍ଥିକ ସମସ୍ୟା, ସଦସ୍ୟଙ୍କ ମଧ୍ୟରେ ମତଭେଦ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

ତେବେ ଜାଣନ୍ତୁ କେଉଁ କାରଣରୁ ବାସ୍ତୁଦୋଷ ସୃଷ୍ଟି ହୁଏ

ବୁଢୀଆଣି ଜାଲ: ଘରେ ଯେପରି ବୁଢୀଆଣି ଜାଲ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘରେ ବୁଢୀଆଣି ଜାଲ ରହିଲେ ପରିବାରରେ ଚିନ୍ତା ଓ ଦୁଃଖ ଲାଗି ରହେ।

ଭଙ୍ଗା କାଚ : ଘରେ ଭଙ୍ଗା ଦର୍ପଣ ଓ ଭଙ୍ଗା କାଚ ରଖିବା ଅନୁଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଆର୍ଥିକ ସମସ୍ୟା ଲାଗି ରହେ। ଘରର ମୁଖ୍ୟ ଦ୍ୱାରରେ କଦାପି ଦର୍ପଣ ଲଗାନ୍ତୁ ନାହିଁ।

ଘରେ ଥିବା ଟ୍ୟାପରୁ ଯଦି ସର୍ବଦା ପାଣି ଟପଟପ ହୋଇ ପଡ଼ୁଥାଏ, ତେବେ ଘରେ ରହୁଥିବା ସଦସ୍ୟ ଚିନ୍ତାଗ୍ରସ୍ତ ରହିବା ସହ ଝଗଡା ଭଳି ସମସ୍ୟା ଦେଖା ଦେଇଥାଏ ।

ଘରର ଛାତ ଉପରେ ପାତ୍ରରେ ଜଳ ଓ କିଛି ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ପକ୍ଷୀମାନଙ୍କୁ ଭୋଜନ ଓ ଶୋଷ ନିବାରଣ ପାଇଁ ଜଳ ମିଳିପାରିବ। ବାସ୍ତୁ ଅନୁଯାୟୀ ପକ୍ଷୀମାନେ ନିଜ ସହ ସକରାତ୍ମକ ଶକ୍ତି ଆଣିଥାଆନ୍ତି। ଯାଦ୍ୱାରା ଧନ ଓ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।

ସର୍ବଦା ଘରେ କଳହ ନକରିବାକୁ ଚେଷ୍ଟା କରନ୍ତୁ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ। ରାତ୍ର ସମୟରେ ମଧ୍ୟ ଗୃହର ମୁଖ୍ୟ ଦରଜାକୁ ଅନ୍ଧକାର ନରଖି ସେଠାରେ ଆଲୋକର ବ୍ୟବସ୍ଥା ରଖନ୍ତୁ।
ସ୍ନାନ ପରେ ନିୟମିତ ଭଗବାନ ସୂର୍ୟ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।

Get real time updates directly on you device, subscribe now.