IND VS SL: ଭାରତ ବିପକ୍ଷ ତୃତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି ହାରି ଶ୍ରୀଲଙ୍କା କଲା ଲଜ୍ଜାଜନକ ରେକର୍ଡ, ସିଂହଳୀ ଦଳ ନାଁରେ ଲାଗିଲା ‘ସର୍ବାଧିକ ହାରିବା’ର କଳାଦାଗ

ଓଡିଶା ଭାସ୍କର: ଶ୍ରୀଲଙ୍କାକୁ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି- ଟ୍ୱେଣ୍ଟି ସିରିଜରେ କ୍ଲିନସ୍ୱିପର ସାମ୍ନା କରିବାକୁ ପଡିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଲଗାତାର ଭାବରେ ୩ ଟି ମ୍ୟାଚ ଜିତି ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ ଉପରେ କବ୍ଚା କରିଛି । ଏହାସହ ଶ୍ରୀଲଙ୍କା କ୍ରିକେଟ ଦଳ ନାଁରେ ସର୍ବାଧିକ ପରାସ୍ତର କଳଙ୍କ ଲାଗିଛି । ଏହି ସିରିଜ ତୃତୀୟ ମ୍ୟାଚ ସୁପର ଓଭର ପର୍ଯ୍ୟନ୍ତ ଚାଲିଯାଇଥିଲା । ଯେଉଁଥିରେ ‘ମେନ ଇନ ବ୍ଲୁ’ ବାଜିମାତ କରିଛି ।

ପ୍ରକାଶଥାଉ ଯେ, ଏହି ମ୍ୟାଚ ହାରିବା ପରେ ଅନ୍ତର୍ଜାତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚରେ ସର୍ବାଧିକ ଥର ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ଶ୍ରୀଲଙ୍କା । ଭାରତ ଓ ଶ୍ରୀଲଙ୍କା ସିରିଜ ପୂର୍ବରୁ ଏହି ରେକର୍ଡ ବାଲାଂଦେଶ ନାମରେ ରହିଥିଲା । ଏବେ ଏହି ରେକର୍ଡ ଶ୍ରୀଲଙ୍କା ନାଁରେ ଆସି ଯାଇଛି ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ଶ୍ରୀଲଙ୍କା ମୋଟ ୧୦୫ ଅନ୍ତର୍ଜାତୀୟ ମ୍ୟାଚ ହାରିକି ଏହି ରେକର୍ଡକୁ ନିଜ ନାମରେ କରିଛି । ଏହି ତାଲିକାରେ ଦ୍ୱିତୀୟସ୍ଥାନରେ ଅଛି ବାଲାଂଦେଶ ।

ଟ୍ୱେଣ୍ଟି-ଟ୍ୱେଣ୍ଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମ୍ୟାଚ ହାରିଥିବା ଟିମ ( ସୁପର ଓଭର ସହିତ )
୧୦୫ ପରାଜୟ-ଶ୍ରୀଲଙ୍କା
୧୦୪ ପରାଜୟ- ବାଲାଂଦେଶ
୧୦୧ ପରାଜୟ- ୱେଷ୍ଟଇଣ୍ଡିଜ
୯୯ ପରାଜୟ-ଜିମ୍ବାୱେ
୯୯ ପରାଜୟ- ନ୍ୟୁଜିଲାଣ୍ଡ

ଭାରତ ଶ୍ରୀଲଙ୍କା ବିପକ୍ଷରେ ନିଜର ୨୨ ତମ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ ଜିତିଛି । ଏହି ଫର୍ମାଟରେ ଟିମ୍ ଇଣ୍ଡିଆ ନିଜର ସର୍ବାଧିକ ବିଜୟ ଶ୍ରୀଲଙ୍କା ବିପକ୍ଷରେ ହିଁ ପାଇଛି । ସେପଟେ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ଜିତିବାର ରେକର୍ଡ ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ରହିଛି । ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ ୨୩ ଟି ଟ୍ୱେଣ୍ଟି- ଟ୍ୱେଣ୍ଟି ମ୍ୟାଚ ଜିତିଛି ।

ଟ୍ୱେଣ୍ଟି-ଟ୍ୱେଣ୍ଟ ଅନ୍ତର୍ଜାତୀୟରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ବିଜୟ ( ସୁପର ଓଭର ସହିତ)
୨୩ ବିଜୟ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ (୪୪ ମ୍ୟାଚ)
୨୨ ବିଜୟ- ଭାରତ ବନାମ ଶ୍ରୀଲଙ୍କା (୩୨ ମ୍ୟାଚ)
୨୧ ବିଜୟ- ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ (୩୧ ମ୍ୟାଚ)
୨୦ ବିଜୟ – ଭାରତ ବନାମ ଅଷ୍ଟ୍ରେଲିଆ (୩୨ ମ୍ୟାଚ )