fbpx

(video): ‘ଓ ଭି ହମାରା ବେଟା’- ସ୍ୱର୍ଣ୍ଣ ପଦକ ବିଜେତା ଅରଶଦ ନଦୀମଙ୍କୁ ନେଇ ନୀରଜଙ୍କ ମା’ କହିଲେ…

ଓଡିଶା ଭାସ୍କର: ପ୍ୟାରିସ ଅଲିମିକ୍ସର ୧୩ ତମ ଦିବସ ଭାରତ ପାଇଁ ଭାଗ୍ୟଶାଳୀ ଥିଲା । ଏହି ଦିନ ଭାରତୀୟ ଆଥଲେଟ ୨ ଟି ମେଡାଲ ଜିତିବାରେ ସଫଳ ହୋଇଥିଲେ । ଏଥିରେ ସାମିଲ ଥିଲେ ଗୋଲଡେନ ବୟ ନୀରଜ ଚୋପ୍ରା । ସେ ୮୯.୪୫ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଭେଟି ଦେଇଥିଲେ ୧୪୦ କୋଟି ଭାରତୀୟଙ୍କୁ । ଯାହା ଏହି ସିଜନରେ ନୀରଜଙ୍କ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିବା ପରେ ତାଙ୍କ ମା’ଙ୍କ ବୟାନ ଏବେ ଚାରିଆଡେ ଚର୍ଚ୍ଚା ସାଜିଛି ।

ନୀରଜଙ୍କ ମା’ ସରୋଜ ଦେବୀ କହିଛନ୍ତି ଯେ, ସେମାନେ ରୌପ୍ୟ ପଦକରେ ସନ୍ତ୍‌ୁଷ୍ଟ ଅଛନ୍ତି । ଯିଏ ସ୍ୱର୍ଣ୍ଣ ଜିତିଛି ସେ ବି ଆମର ପୁଅ ଅଟେ । ମାନେ ସେ ଅର୍ସଦ ନଦୀମଙ୍କୁ ପୁଅ ବୋଲି ପ୍ରଶଂସା କରିଛନ୍ତି ତାଙ୍କ ସଫଳତାକୁ ଦେଖି । ନୀରଜଙ୍କ ମା’ଙ୍କ ଏଭଳି ବୟାନ ଖେଳରେ ଆଥଲେଟମାନଙ୍କ ପ୍ରତି ଥିବା ସମ୍ମାନ ଓ ଭାଇଚାରାକୁ ଦର୍ଶାଇଥାଏ । କହିରଖୁ, ଅର୍ସଦ ନଦୀମ ପ୍ୟାରିସ ଅଲିମ୍ପିକ୍ସରେ ପ୍ରାୟ ୯୨.୯୭ ମିଟର ଜାଭଲିନ ଫିଙ୍ଗି ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି । ୨୦୦୮ ମସିହାରେ ବେଜିଂ ଅଲିମ୍ପିକ୍ସରେ ନରୱେ ଆଥଲେଟ ଥୋରକିଲ୍ଡସେନ ଅଲିମ୍ପିକ୍ସରେ ପ୍ରାୟ ୯୦.୫୭ ମିଟର ଜାଭଲିନ ଫିଙ୍ଗି ଚର୍ଚ୍ଚାରେ ଥିଲେ । ମାତ୍ର ଏବେ ଚର୍ଚ୍ଚା ଚାଲିଛି ନଦୀମଙ୍କୁ ନେଇ ।

Get real time updates directly on you device, subscribe now.