fbpx

ଶୂନ ହୋଇଗଲା Squid Coin ମୂଲ୍ୟ: ନିବେଶକଙ୍କୁ ୨୫ କୋଟିର ଝଟକା

ନୂଆଦିଲ୍ଲୀ: ନେଟ ଫ୍ଲିକ୍ସ ୱେବସିରିଜ୍ ସ୍କ୍ୱିଡ ଗେମ ଆଧାରରେ ତିଆରି ହୋଇଥିବା କ୍ରିପ୍ଟୋ କରେନ୍ସିକ ଗ୍ରାହକଙ୍କୁ ଧୋକା ଦେଇଛି । ଏହି କ୍ରିପ୍ଟୋକରେନ୍ସିର ମୂଲ୍ୟ ଶୂନକୁ ଖସିଯିବା ସହିତ ନିବଶେକ ମାନେ ପ୍ରାୟ ୨୫ କୋଟି ଟଙ୍କା ହରାଇଛନ୍ତି । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏହି କ୍ରିପ୍ଟୋ କଏନ ୩.୩୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୫.୩ କୋଟି ଟଙ୍କା ସହିତ ଛୁ ହୋଇ ଯାଇଛି । ୨୦ ତାରିଖରେ ଲଞ୍ଚ ହୋଇଥିବା ଏହି କଏନଟି ସୋମବାର କ୍ରାସ କରି ଯାଇଥିଲା ।

କଏନ ମାର୍କେଟ କ୍ୟାପ ଅନୁଯାୟୀ ଏହି କଏନର ମୂଲ୍ୟ ସର୍ବାଧିକ ୨୮୬୧ ଡଲାର ଛୁଇଁଥିଲା । ତେବେ ଏହା ବିକ୍ରି ହେଇ ପାରୁନଥିବା ନେଇ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଶଙ୍କା ସୋମବାର ସତ ପ୍ରମାଣିତ ହୋଇଛି । ଏହି ଶେୟାର ମୂଲ୍ୟ ୦ ଛୁଇଁଥିବା ବେଳେ ନିବେଶକ ମାନେ ୨୫.୩ କୋଟି ଟଙ୍କା ହରାଇଛନ୍ତି ।

Get real time updates directly on you device, subscribe now.