fbpx

ଗ୍ରୀଷ୍ମପ୍ରବାହ ପାଇଁ ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ରାଜ୍ୟର ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା । ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେର ଓ ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୩ ଡିଗ୍ରୀ ତାପମାତ୍ରା ରହିଛି ।

ଫେବ୍ରୁଆରି ମାସରୁ ଏଭଳି ସ୍ଥିତି ହେଉଥିବାରୁ ଆଗକୁ ସ୍ଥିତି ଆହୁରି ସାଙ୍ଘାତିକ ହେବା ନେଇ ଆକଳନ କରାଯାଇଛି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର ବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍‌ୱେଭ୍‌ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.