ହାଇଦ୍ରାବାଦ ଆଗରେ ୧୯୩ ରନ୍ ଲକ୍ଷ୍ୟ ଧାର୍ଯ୍ୟ କଲା ବାଙ୍ଗାଲୋର, ଶେଷ ଓଭରରେ ୨୫ ରନ୍ ଯୋଡ଼ିଲେ କାର୍ତ୍ତିକ

ମୁମ୍ବାଇ: ଆଇପିଏଲ ୨୦୨୨ର ୫୪ ମ୍ୟାଚ୍ ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଛି । ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି। ଆରମ୍ଭରୁ ବିରାଟ କୋହଲିଙ୍କ ୱିକେଟ୍ ହରାଇଥିଲା । କୋହଲି ତାଙ୍କର ଖରାପ ଫର୍ମ ଜାରି ରଖିଛନ୍ତି । ଆଜି ମଧ୍ୟ ଶୁନରେ ଆଉଟ୍ ହୋଇଥିଲେ ।

ଏହା ପରେ ଫାପ୍ ଡୁ ପ୍ଲେସିସ୍ ଙ୍କ ୫୦ ବଲରୁ ୭୫ ରନ୍ ର ଲଢ଼ୁଆ ଇନିଂସ ଖେଳିଥିଲେ । ସେହିପରି ରଜତ ପଟିଦାର ମଧ୍ୟ ୩୮ ବଲରୁ ୪୮ ରନ କରିଥିଲେ । ତାଙ୍କ ପଛକୁ ମ୍ୟାକ୍ସୱେଲ ୨୪ ବଲରୁ ୩୩ ଏବଂ ଶେଷରେ ଦିନେଶ କାର୍ତ୍ତିକ ୮ ବଲରୁ ୩୦ ରନ୍ ର ଦୃତ ପାଳି ସାହାଯ୍ୟରେ ବାଙ୍ଗଲୋର ହାଇଦ୍ରାବାଦ ସାମ୍ନାରେ ୧୯୩ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଶେଷ ଓଭରରେ ବାଙ୍ଗାଲୋର ୨୫ ରନ୍ ସଂଗ୍ରହ କରିଥିଲା। ଦୀନେଶ କାର୍ତ୍ତିକ ଫଜଲ ଫାରୁକିଙ୍କ ଏହି ଓଭରରେ କ୍ରମାଗତ ତିନିଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ହାଇଦ୍ରାବାଦ ପକ୍ଷରୁ ସଫଳ ବୋଲର ଭାବରେ ଜଗଦିଶ ସୁଚିତ ୪ ଓଭରରେ ୩୦ ରନ ବ୍ୟୟ କରି ୨ଟି ୱିକେଟ୍ ପାଇଥିଲେ ଏବଂ କାର୍ତ୍ତିକ ତ୍ୟାଗି ମଧ୍ୟ ଗୋଟିଏ ୱିକେଟ୍ ପାଇଥିଲେ ।