fbpx

ଆଇପିଏଲ ୨୦୨୧:ଟସ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ରବିବାର ଡବଲ ହେଡର ମୁକାବିଲାରେ ସମ୍ମୁଖୀନ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ପକ୍ଷରୁ ଏହି ମ୍ୟାଚରେ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କୁ ସୁଯୋଗ ପ୍ରଦାନ କରାଯାଇଛି ।
ଅନ୍ୟ ପକ୍ଷରେ ପ୍ଲେ ଅଫ ଲକ୍ଷ୍ୟରେ ରହିଥିବା କେକେଆର ପକ୍ଷରୁ ଏହି ମ୍ୟାଚ ପାଇଁ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି । ଟିମ ସେଫର୍ଟଙ୍କ ସ୍ଥାନରେ ସାକିବ ଅଲ ହସନଙ୍କୁ ଦଳରେ ସାମିଲ କରାଯାଇଛି ।

Get real time updates directly on you device, subscribe now.