fbpx

କାବୁଲ ମସଜିଦ ବାହାରେ ବିସ୍ଫୋରଣ: ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ପୁଣି ଘଟିଯାଇଛି ଏକ ବିସ୍ଫୋରଣ । କାବୁଲ ସ୍ଥିତ ଏକ ମସଜିଦ ବାହାରେ ଘଟିଥିବା ବିସ୍ଫୋରଣରେ ଦୁଇ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଛି । କାବୁଲରେ ରହିଥିବା ଇଦ ଗାହ ମସଜିଦରେ ରବିବାର ଏହି ବିସ୍ଫୋରଣ ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟ୍ୱିଟ କରି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନର ଅନ୍ତରୀଣ ମନ୍ତ୍ରୀ କ୍ୱାରି ସୟେଦ କୋସ୍ତି ମଧ୍ୟ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଗତ ସପ୍ତାହରେ ମଧ୍ୟ ଏକ ସମାନ ଢଙ୍ଗର ଆକ୍ରମଣରେ ୫ ଜଣଙ୍କ ପ୍ରାଣହାନି ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ମା’ଙ୍କ ପାଇଁ ଅନୁଷ୍ଠିତ ଶୋକସଭାରେ ଏହି ଆକ୍ରମଣ ଘଟିଥିଲା । ମୁଜାହିଦ କହିଛନ୍ତି ପ୍ରଥମେ ଏକ ବିସ୍ଫୋରଣ ଘଟିବା ପରେ ଗୁଳି ଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।

Get real time updates directly on you device, subscribe now.