fbpx

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ଲେ ଅଫରେ ଆରସିବି; ପଞ୍ଜାବ ବିଦା

ନୂଆଦିଲୀ: ବୋଲରଙ୍କ ସଫଳତା ବଳରେ ତୃତୀୟ ଦଳ ଭାବରେ ଆଇପିଏଲ ପ୍ଲେ ଅଫରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିବା ସହିତ ପଞ୍ଜାବର ପ୍ଲେ ଅଫ ଆଶା ସମାପ୍ତ କରିଛି ଆରସିବି । ୧୬୫ ରନର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପନର କେ ଏଲ ରାହୁଲ(୩୯) ଏବଂ ମୟଙ୍କ ଅଗ୍ରୱାଲ(୫୭) ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟରେ ଉଭୟ ୧୦.୫ ଓଭରରେ ୯୧ ରନ ଯୋଡିଥିଲେ । ତେବେ ମଧ୍ୟକ୍ରମ ବିଫଳତା କାରଣରୁ ଦଳ ବିଜୟରୁ ୬ ରନ ଦୂରରେ ରହିଥିଲା ପଞ୍ଜାବ । ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇ ଆରସିବି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜର୍ଜ ଗାର୍ଟନ ଓ ଶାହବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ଦେବଦତ୍ତ ପାଡିକଲ(୪୦) ଏବଂ ବିରାଟ କୋହଲି(୨୫) ପ୍ରଥମ ୱିକେଟରେ ୬୮ ରନର ଭାଗିଦାରୀ ହୋଇଥିଲା । ଡ୍ୟାନ କ୍ରିଷ୍ଟିଆନ ଖାତା ଖୋଲିପାରିନଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୫୭ ରନ ସଂଗ୍ରହ କରିଥିଲେ । ୩୩ ବଲର ମ୍ୟାକ୍ସୱେଲଙ୍କ ଇନିଂସରେ ୩ ଚୌକା ଓ ୪ ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବି ଡିଭିଲିୟର୍ସ ୧୮ ବଲରୁ ୨୩ ରନ ସଂଗ୍ରହ କରିଥିଲେ । ହେନରିକସ ଓ ଶାମି ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ ସମସ୍ତ ବୋଲର ୱିକେଟ ଶୂନ୍ୟ ରହିଥିଲେ ।

Get real time updates directly on you device, subscribe now.