fbpx

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁନାୱାର୍ଡେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦୀନେଶ ଗୁନାୱାର୍ଡେନା ଶପଥ ଗ୍ରହଣ କରିଛନ୍ତି। ଏନେଇ ସ୍ଥାନୀୟଗଣମାଧ୍ୟମ ରିପୋର୍ଟ କରିଛି। ୬ ଥର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଂଘେ ଦେଶର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଗୁନାୱାର୍ଡେନାଙ୍କ ନିଯୁକ୍ତି ଖବର ଆସିଛି।

ଶ୍ରୀଲଙ୍କା ରାଜନୀତିର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗୁନାୱାର୍ଡେନା ଜଣାଯାଆନ୍ତି, ୭୩ ବର୍ଷୀୟ ଏହି ନେତା ପୂର୍ବରୁ ବୈଦେଶିକ ମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଏପ୍ରିଲରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହ ମଧ୍ୟ ପୂର୍ବ ସରକାରର ସଦସ୍ୟଙ୍କୁ ନେଇ ଶୁକ୍ରବାର ଦିନ ତାଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

Get real time updates directly on you device, subscribe now.