fbpx

(Video) ଆଶ୍ଚର୍ଯ୍ୟ! ରାତିରେ ଆକାଶରେ ଦୃଶ୍ୟମାନ ହେଲା ଶ୍ରୀମନ୍ଦିର ନୀଳଚକ୍ର, ମୁଣ୍ଡିଆ ମାରିଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ମହାଧୁମଧାମରେ ପାଳିତ ହୋଇଥିଲା । ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତ କାଳିଆ ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କରିଥିଲେ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରାତି ସମୟରେ ଆକାଶରେ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ନୀଳଚକ୍ର । ମହାପ୍ରଭୁଙ୍କ ନୀଳଚକ୍ରକୁ ହଜାର ହଜାର ଭକ୍ତ ମୁଣ୍ଡିଆ ମାରିଥିଲେ ।

ଆକାଶରେ ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆକାଶରେ ମେଘ ଘୋଟି ଆସିବା ସହିତ ଶ୍ରୀମନ୍ଦିର ଉପରେ ଚକ୍ ଚକ୍ ହୋଇ ଆଲୁଅ ପଡ଼ୁଥାଏ । ସେହି ସମୟରେ ଶ୍ରୀମନ୍ଦିର ବହୁତ ସୁନ୍ଦର ଦେଖାଯାଉଥିଲା । ହଠାତ୍ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଉକ୍ତ ଦୃଶ୍ୟକୁ ଦେଖି ଭକ୍ତମାନେ ମୋବାଇଲରେ ଫଟୋ ଉଠେଇବା ସହିତ ମୁଣ୍ଡିଆ ମାରିଥିଲେ । ମେଘୁଆ ଆକାଶରେ ହଠାତ୍ ଉଭେଇ ଆସିଥିଲା ଶ୍ରୀମନ୍ଦିରର ନୀଳଚକ୍ର । ଅନ୍ଧାରିଆ ଆକାଶରେ ଝଲସି ଉଠିଥିଲା ନୀଳଚକ୍ରର ଦୃଶ୍ୟ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା ଶ୍ରୀ ନଅରକୁ ବିଜେ କରି ସାରିଥିବା ବେଳେ ଏହି ଅଦ୍ଭୂତ ଦୃଶ୍ୟକୁ ଦେଖି ଏବେ ସମସ୍ତେ ଚକିତ ହୋଇଯାଇଛନ୍ତି । ଉକ୍ତ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.