fbpx

SSB ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: ଜାନୁଆରୀ ୮ରୁ ଅନଲାଇନ୍ ଆବେଦନ ଆରମ୍ଭ, ପୂରଣ ହେବ ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆ ବର୍ଷ ଆରମ୍ଭରୁ ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଶୁଭ ଖବର । ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ପକ୍ଷରୁ ୨୦୬୪ଟି ଶିକ୍ଷକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୮ ତାରିଖରୁ ଏହି ସମସ୍ତ ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୭ ତାରିଖରେ ସମାପ୍ତ ହେବ । ଏଥିସହିତ ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା ସମ୍ପିର୍କତ ବିଜ୍ଞପ୍ତି ୮ ତାରିଖରେ ଜାରି କରାଯିବ । ବିଜ୍ଞପ୍ତି ଜାରି ହେବା ପରେ ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଏ ବାବଦରେ ଅଧିକ ତଥ୍ୟ ପାଇ ପାରିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ଲକ୍ଷ୍ୟରେ ନିଯୁକ୍ତି କ୍ଷେତ୍ର ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଗତବର୍ଷ ବହୁ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେନେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରକ୍ରିୟା ଜାରି ରହିଛି । ଶିକ୍ଷକ ପଦ ବ୍ୟତୀତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ମଧ୍ୟ ପଦ ପୂରଣ ପାଇଁ ଅନେକ ସୁଯୋଗ ଆସିଥିଲା । ସେନେଇ ଓପିଏସସି, ଏଏସଏସସି, ଓଏସଏସଏସସି ପକ୍ଷରୁ ପ୍ରକ୍ରିୟା ଜାରି ରହିଛି ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ssbodisha.nic.in/index.php

Get real time updates directly on you device, subscribe now.