fbpx

ବାଲେଶ୍ୱରରେ ଲାଗୁ ହୋଇଥିବା କର୍ଫ୍ୟୁକୁ ନେଇ SSB ଜାରି କଲା ସୂଚନା: ଜୁନ୍ ୧୯ରେ ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ଆସନ୍ତାକାଳି ଅର୍ଥାତ ଜୁନ ୧୯ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା ପୂର୍ବରୁ ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିବା ସହିତ ଲୋକଙ୍କୁ ଘରୁ ନ ବାହାରିବାକୁ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ଜିଲ୍ଲାରେ ଦୋକାନ, ବଜାର, ସ୍କୁଲ ଓ କଲେଜ ବନ୍ଦ ରହିଥିଲା ।

ତେବେ ଜିଲ୍ଲାରେ ଏଭଳି ବଡ଼ ସମସ୍ୟା ଦେଖାଦେଇଥିବା ବେଳେ ଏହା ମଧ୍ୟରେ ଅନେକ ପ୍ରାର୍ଥୀ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ନିକଟକୁ ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା ବାବଦରେ ଇ-ମେଲ କରିଥିଲେ । ତେବେ ପରୀକ୍ଷାକୁ ନେଇ ଏସଏସବି ପକ୍ଷରୁ ସ୍ପଷ୍ଟ କରଯିବା ସହ ପ୍ରାର୍ଥୀଙ୍କ ପାଇଁ ଏକ ସୂଚନା ଜାରି କରାଯାଇଛି । ଶିଡ୍ୟୁଳ ଅନୁସାରେ ପ୍ରାର୍ଥୀମାନେ ଆସନ୍ତାକାଲି ନିଜ ନିଜର ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ପରୀକ୍ଷା ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏସଏସବି ପକ୍ଷରୁ ଏହି ନୋଟିସ୍ ଜାରି କରାଯିବା ପରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି ।

ଏସଏସବି ନୋଟିସ୍: https://ssbodisha.ac.in/wp-content/uploads/2024/06/313.pdf

Get real time updates directly on you device, subscribe now.