fbpx

SSC CGL ନିଯୁକ୍ତି ୨୦୨୪: ଆବେଦନ ଓ ପେମେଣ୍ଟ ଦାଖଲର ଅନ୍ତିମ ତାରିଖ ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ଦ୍ୱାରା ପ୍ରକାଶ ପାଇଥିବା ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଖବର । ଏସଏସସି ସିଜିଏଲ ୨୦୨୪ର ଆବେଦନ ଓ ପେମେଣ୍ଟ ଦାଖଲର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ପେମେଣ୍ଟ ଦାଖଲର ଶେଷ ତାରିଖ ଜୁଲାଇ ୨୪ ରହିଥିବା ବେଳେ ଏବେ ତାହାକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ପୂର୍ବରୁ ପେମଣ୍ଟ ଦାଖଲ ଶେଷ ତାରିଖ ଜୁଲାଇ ୨୫ ରହିଥିବା ବେଳେ ଏବେ ତାହାକୁ ଜୁଲାଇ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରାର୍ଥୀମାନେ ପୂର୍ବ ଧାର୍ଯ୍ୟ ବିଜ୍ଞପ୍ତି ମୁତାବକ ଅଗଷ୍ଟ ୧୦ରୁ ୧୧ ତାରିଖ ମଧ୍ୟରେ ନିଜ ନିଜର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏସଏସସି ସିଜିଏଲ ୨୦୨୪ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୭,୭୨୭ଟି ପଦ ପୂରଣ କରାଯିବ । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ମହିଳା, ପିଡବ୍ଲ୍ୟୁବିଡି ଓ ଏକ୍ସ-ସର୍ଭିମ୍ୟାନ ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି ।

Get real time updates directly on you device, subscribe now.