fbpx

SSC GD କନଷ୍ଟେବଳ ନୋଟିଫିକେସନ ୨୦୨୫ ତାରିଖ ଘୁଞ୍ଚିଲା: ଘୋଷଣା ହେଲା ନୂଆ ତାରିଖ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ଜେନେରାଲ ଡ୍ୟୁଟି (ଜିଡି) କନଷ୍ଟେବଳ ନୋଟିଫିକେସନ ୨୦୨୫ ଅଗଷ୍ଟ ୨୭ ତାରିଖରେ ଜାରି ହେବାର ଥିଲା । ମାତ୍ର ଏହି ତାରିଖରେ ଏସଏସସି ତାହାକୁ ଜାରି କରି ନାହିଁ । ଏଥିସହିତ ଏସଏସସି ଜିଡି କନଷ୍ଟେବଳ ନୋଟିଫିକେସନ ପାଇଁ ନୂଆ ତାରିଖ ଘୋଷଣା କରିଛି ଏସଏସସି । ଆସନ୍ତା ମାସ ୫ ତାରିଖରେ ଏହାର ନୋଟିଫିକେସନ ଜାରି କରାଯିବ ବୋଲି ଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏସଏସସି ଜିଡି କନେଷ୍ଟବଳ ନୋଟିଫିକେସନ ୨୦୨୫ ପାଇଁ ଦେଶର ଲକ୍ଷାଧିକ ଆଶାୟୀ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏବେ ସେମାନଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ । ସେପ୍ଟେମ୍ବର ମାସ ୫ ତାରିଖରେ ଏହାର ନୋଟିଫିକେସନ ଜାରି କରାଯିବ । ସେହିଦିନ ଛାତ୍ରଛାତ୍ରୀମାନେ ଏହି ନିଯୁକ୍ତିର ସବିଶେଷ ତଥ୍ୟ ପାଇ ପାରିବେ । ୨୦୨୪-୨୫ ପାଇଁ ପରୀକ୍ଷାର ଅସ୍ଥାୟୀ କ୍ୟାଲେଣ୍ଡର ମୁତାବକ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ), ଏସଏସଏଫରେ କନଷ୍ଟେବଳ (ଜିଡି), ଅସମ ରାଇଫଲନ୍ସରେ ରାଫଲମ୍ୟାନ (ଜିଡି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ସିପାହୀ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ଆରମ୍ଭ ହେବ ।

ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/Important%20Notice%20_(1)_27824.pdf

Get real time updates directly on you device, subscribe now.