fbpx

SSC ଷ୍ଟେନୋଗ୍ରାଫର ଗ୍ରେଡ-C ଓ D ନିଯୁକ୍ତି ୨୦୨୪: ୨୦୦୬ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର ଗ୍ରେଡ-ସି ଓ ଡି ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୨୦୦୬ଟି ପଦ ପୂରଣ ହେବ । ଜୁଲାଇ ୨୬ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୭ରେ ଏହା ସମାପ୍ତ ହେବ । ପ୍ରାର୍ଥୀମାନେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଅନଲାଇନରେ ପେମେଣ୍ଟ କରିପାରିବେ । ଅଗଷ୍ଟ ୨୭ରୁ ୨୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ଓ ପେମେଣ୍ଟ ସଂଶୋଧନ କରିପାରିବେ । ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅନୁଷ୍ଠିତ ହେବ ।

ଷ୍ଟେନୋଗ୍ରାଫର ଗ୍ରେଡ-ସି ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ଗ୍ରେଡ-ଡି ପଦ ପାଇଁ ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ୨୦୨୪ ମସିହା ଅଗଷ୍ଟ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ପିଡବ୍ଲ୍ୟୁଡି, ଏକ୍ସ-ସର୍ଭିସମେନଙ୍କ କ୍ଷେତ୍ରରେ ବୟସ କୋହଳ କରାଯିବ । ଏହି ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ପାସ୍ କରିବା ସହିତ ଷ୍ଟେନୋଗ୍ରାଫିରେ ଦକ୍ଷତା ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.gov.in/login

ନୋଟିଫିକେସନ ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/Notice_of_steno_2024_07_26.pdf

Get real time updates directly on you device, subscribe now.