କଟକ: କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।
୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଟଙ୍କା ତାଙ୍କ ଘରୁ ଠାବ କରିଥିଲା ଭିଜିଲାନ୍ସ ।
ଗତକାଲି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ସମ୍ପର୍କୀୟଙ୍କ ଘର ମିଶାଇ ୯ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
୧୪ ଏକରରେ ଫାର୍ମ ହାଉସ୍, ୧୧ ପ୍ଲଟ୍ ସହ ୨ଟି କାର୍ ଭିଜିଲାନ୍ସ ଜବତ କରିଛି ।
ଠିକା ସଂସ୍ଥା ସହ କୋହଳ ମନୋଭାବ ରଖି ସେମାନଙ୍କ ସହ କାମ କରୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଗିରଫ ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।