ଗୋଆ ମନ୍ଦିରରେ ଦଳାଚକଟା: ୭ ମୃତ, ୩୦ରୁ ଅଧିକ ଆହତ ଡାକ୍ତରଖାନାରେ ଭର୍ତ୍ତି

ପାନାଜୀ: ଗୋଆରେ ବଡ଼ ଅଘଟଣ ଘଟିଛି । ଗୋଆର ଶିରଗାଓରେ ଅନୁଷ୍ଠିତ ଶ୍ରୀ ଲୈରାଇ ଯାତ୍ରାବେଳେ ଘଟିଛି ବଡ଼ ଅଘଟଣ ।

ଯାତ୍ରାରେ ଦଳାଚକଟା ହୋଇ ଚାଲିଯାଇଛି ୭ ଜଣଙ୍କ ଜୀବନ । ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଆହତମାନଙ୍କୁ ଗୋଆ ମେଡିକାଲ କଲେଜରେ ଆଡମିଟ୍ କରାଯାଇଛି । ଆଉ କିଛି ଆହତଙ୍କୁ ଉତ୍ତର ଗୋଆ ମାପୁସା ସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି ।

ଘଟଣା ସୂଚନା ପାଇ ଗୋଆ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।