fbpx

ସ୍ପାଇଡର ମ୍ୟାନ୍‌ ମୁଖା ପିନ୍ଧିବା ପଛର କାରଣ କହିଲେ ଷ୍ଟାନ୍‌ ଲି, ରହିଛି ଏହି ରୋଚକ କଥା…

ମୁମ୍ବାଇ: ପିଲାଠାରୁ ବୟସ୍କ ସମସ୍ତଙ୍କ ପ୍ରିୟ କମିକ୍‌ ଚରିତ୍ର ସ୍ପାଇଡର ମ୍ୟାନ୍‌ ସହ ତାର ହାତ ଜାଲ ବୁଣା ଓ ପୋଷାକ ମଧ୍ୟ ବେଶ୍‌ ଲୋକପ୍ରିୟ । ଆମେରିକାର ନାମକରା କମିକ୍‌ ପୁସ୍ତକ ଲେଖକ ଷ୍ଟାନ୍‌ ଲି ହିଁ ଏଇ ଚରିତ୍ର”ସ୍ପାଇଡର ମ୍ୟାନ୍‌’କୁ ଜନ୍ମଦେଇଥିଲେ । କେବଳ ଏଇ ଚରିତ୍ର ନୁହେଁ, ଅନ୍ୟ ଚରିତ୍ର ଆକ୍ୱା ମ୍ୟାନ୍‌, ବ୍ୟାଟ୍‌ ମ୍ୟାନ୍‌, ସ୍ୟାଣ୍ଡ୍‌ ମାନ୍‌, ସୁର ମ୍ୟାନ୍‌, ୱାଣ୍ଡର ୱମ୍ୟାନ୍‌କୁ ମଧ୍ୟ ଷ୍ଟାନ୍‌ ଲି ରୁପ ଦେଇଥିଲେ । ତାଙ୍କର ଅନ୍ୟ କମିକ୍‌ ଚରିତ୍ର ପରି ସ୍ପାଇଡର ମ୍ୟାନ୍‌ ମଧ୍ୟ ଦେଶ ବିଦେଶରେ ଲୋକପ୍ରିୟ ।

ଏକ ସାକ୍ଷାତକାରରେ ଷ୍ଟାନ୍‌ ଲିଙ୍କୁ ପଚରାଗଲା, ତାଙ୍କର ସମସ୍ତ ସୁପର ହିରୋଙ୍କ ମଧ୍ୟରେ ସ୍ପାଇଡର ମ୍ୟାନ୍‌ ଏଭଳି ବ୍ୟତିକ୍ରମ କିରି ହେଲା ? ଷ୍ଟାନ ଲି ଉତ୍ତର ଦେଇଥିଲେ, ସ୍ପାଇଡର ମ୍ୟାନ୍‌ ଅନ୍ୟ ସୁପର ହିରୋଙ୍କଠାରୁ ଆଦୌ ଅଲଗା ନୁହେଁ । ଏହି କମିକ୍‌ ଚରିତ୍ରରେ ଏକମାତ୍ର ଭିନ୍ନ ହେଉଛି, ପୁରା ମୁହଁକୁ ମୁଖାରେ ଆବୃତ କରାଯାଇଛି । ଏହା ପଛର କାରଣ ଯେତେବେଳେ ଉପସ୍ଥାପିତା ପଚାରିଲେ, ଷ୍ଟାନ୍‌ ଲି ବ୍ୟଙ୍ଗରେ କହିଥିଲେ ମୁଖା ପିନ୍ଧିବା ପଛର କାରଣ ହେଲା, ତାଙ୍କ ସ୍ପାଇଡର ମ୍ୟାନ୍‌ ଶତ୍ରୁକୁ ସାମ୍ନାରେ ଦେଖି ଡରିଗଲେ, ତା’ ଭୟାତୁର ମୁହଁକୁ ଶତ୍ରୁ ଯେପରି ନ ଦେଖୁ । ଶତ୍ରୁକୁ ନିଜ ଦୁର୍ବଳତା ଦେଖାଇଲେ ହାରିବା ଥୟ । ଏହି କାରଣ ପାଇଁ ସ୍ପାଇଡର ମ୍ୟାନ୍‌ ଚରିତ୍ରକୁ ମୁଖାରେ ଆବୃତ କରାଯାଇଛି ।

Get real time updates directly on you device, subscribe now.