ବିବାହ ବନ୍ଧନରେ ବାନ୍ଧି ହେବେ ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଏହି ଦିନ ନେବେ ୭ ଫେରା

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ କରିବାକୁ ଯାଉଛନ୍ତି । ସେ ୨୨ ଡିସେମ୍ବର ୨୦୨୪ରେ ଉଦୟପୁରରେ ସାତ ଫେରା ନେବେ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେକଟ ଦତ୍ତା ସାଇଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ସେ ପୋସାଇଡେକ୍ସ ଟେକ୍ନୋଲୋଜୀସ୍ ରେ କର୍ମଚାରୀ ନିର୍ଦ୍ଦେଶକ ଅଛନ୍ତି । ଏହି ବିବାହ ବିଷରେ ସିନ୍ଧୁଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।

ପିଭି ସିନ୍ଧୁଙ୍କ ବାପା ପିଭି ରମନା ପିଟିଆଇକୁ କହିଛନ୍ତି ଯେ, ଦୁହେଁ ପରିବାର ଜଣେ ଅନ୍ୟ ଜଣଙ୍କୁ ଜାଣିଥିଲେ, ହେଲେ ଗୋଟିଏ ମାସ ପୂର୍ବରୁ ବିବାହ ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ବିବାହ ପାଇଁ ଉତ୍ତମ ଥିଲା । କାରଣ ଆସନ୍ତା ମାସରୁ ସିନ୍ଧୁ ମ୍ୟାଚରେ ବ୍ୟସ୍ତ ରହିବେ । ଏହି କାରଣ ପାଇଁ ଦୁଇ ପରିବାର ୨୨ ଡିସେମ୍ବରକୁ ବିବାହ ସମାରୋହ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ରିସେପ୍ସନ ୨୪ ଡିସେମ୍ବରରେ ହାଇଦ୍ରାବାଦରେ ହେବ । ସେ ଖୁବଶୀଘ୍ର ନିଜ ଟ୍ରେନିଂ ଆରମ୍ଭ କରିବେ କାରଣ ଆଗାମୀ ସେସନ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିବାହ ସହ ଜଡିତ କାର୍ଯ୍ୟକ୍ରମ ୨୦ ଡିସେମ୍ବରରେ ଆରମ୍ଭ ହୋଇଯିବ ।

ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତି ସେ ପୁନର୍ବାର ନିଜର ଲକ୍ଷ୍ୟ ଫେରିଛନ୍ତି ଏବଂ ଆଗାମୀ ସମୟରେ ତାଙ୍କୁ ଅନେକ ବଡ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡିବ, ଯେଉଁଥିରେ ଭାରତୀୟମାନେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିଛନ୍ତି। କମନ୍ୱେଲଥ୍ ଗେମ୍ସରେ ସିନ୍ଧୁ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି।