fbpx

ଷ୍ଟାର ଫୁଟବଳ ଖେଳାଳି ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା

Advertisement

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ତଥା ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଜଗତରୁ ସନ୍ୟାସ ନେଇଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ ବୋଲି ଛେତ୍ରୀ ଘୋଷଣା କରିଛନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛେତ୍ରୀ ଏ ବାବଦରେ ଏକ ପୋଷ୍ଟ ଶେୟାର କରିଛନ୍ତି । ନୂଆ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଯାଇଛି ବୋଲି ଉକ୍ତ ଭିଡିଓରେ ଛେତ୍ରୀ ଉଲ୍ଲେଖ କରିଛନ୍ତି ।

୩୯ ବର୍ଷୀୟ ଛେତ୍ରୀ ଭାରତ ପାଇଁ ଅନେକ ବଡ଼ ବଡ଼ ରେକର୍ଡ ହାସଲ କରିଛନ୍ତି । ସେ ଦେଶ ପାଇଁ ୧୫୦ଟି ମ୍ୟାଚ ଖେଳିବା ସହ ୯୪ଟି ଗୋଲ ସ୍କୋର କରିଛନ୍ତି । ଇଣ୍ଟରନ୍ୟାସନାଲ ଟପ୍ ଗୋଲ ସ୍କୋରର ଲିଷ୍ଟରେ ବର୍ତ୍ତମାନ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଫୁଟବଲରୁ ନିଜର ସନ୍ୟାସ ଘୋଷଣା କରିବା ଅବସରରେ ଛେତ୍ରୀ ଏହି କ୍ରୀଡ଼ା ସହ ଜଡ଼ିତ କିଛି ଅଭୁଲା ମୁହୂର୍ତ୍ତ କଥା ମନେପକାଇଥିଲେ । ପ୍ରଥମ ମ୍ୟାଚ, ପ୍ରଥମ ଗୋଲ, ପ୍ରଥମ ଯାତ୍ରା ତାଙ୍କ ବେଶ୍ ନିଆରା ଥିଲା । ଦେଶ ପାଇଁ ଏତେ ମ୍ୟାଚ ଖେଳିବେ ବୋଲି ସେ କେବେ ବି ଭାବି ନଥିଲେ । ନିଜର ପିତାମାତାଙ୍କ ସହ ସେ ପ୍ରଥମେ ଫୁଟବଲରୁ ସନ୍ୟାସ ନେବା ବିଷୟରେ ଆଲୋଚନା କରିଥିଲେ ବୋଲି ଛେତ୍ରୀ କହିଛନ୍ତି ।

Get real time updates directly on you device, subscribe now.