fbpx

Team Indiaକୁ ଲାଗିଲା ବଡ ଝଟକା: ଆହତ ହେଲେ ଦଳର ଷ୍ଟାର ଖେଳାଳି

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଚତୁର୍ଥ ଦିନରେ ଭାରତ ଏକ ମଜବୁତ ସ୍ଥିତିରେ ପହଞ୍ଚିଥିବା ବେଳେ ଦଳର ପିଛା ଛାଡୁନି ସମସ୍ୟା । ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆକୁ ଏକ ଶକ୍ତ ଝଟକା ଲାଗିଛି । ଭାରତୀୟ ଦଳର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଯନ୍ତ୍ରଣା ଯୋଗୁଁ ବ୍ୟାଟିଂ ପାଇଁ ପଡିଆକୁ ମଧ୍ୟ ଆସିପାରି ନାହାନ୍ତି ଭାରତର ଏହି ଖେଳାଳି । ଏକ ବଡ ସ୍କୋର ସାମନାରେ ଠିଆ ହୋଇଥିବା ବେଳେ ଜଣେ ବ୍ୟାଟ୍ସମ୍ୟାନଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିରେ ବିଜୟ ହେଲେ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସ୍ଥାନ ପାଇବ, କିନ୍ତୁ ପରାଜୟ ଏହି ଆଶାକୁ ଭାଙ୍ଗି ଦେଇପାରେ । ତେଣୁ ଭାରତ ଏଥିପାଇଁ ଖୁବ କସରତ କରୁଥିବା ଦେଖାଯାଇଛି । ଏହି ସମୟରେ ରୋହିତ ସେନା ପାଇଁ ଲାଗିଛି ଏକ ଶକ୍ତ ଝଟକା । ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଶ୍ରେୟସ ଆୟର ଆହତ ହୋଇଥିବା ଜାଣିବାକୁ ମିଳିଛି । ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିବା ବେଳେ ବିସିସିଆଇର ଏକ ମେଡିକାଲ ଟିମ ତାଙ୍କ ଉପରେ ଲଗାତାର ନଜର ରଖିଛି । ଏଥିପାଇଁ ଭାରତର ପ୍ରଥମ ପାଳିରେ ସେ ବ୍ୟାଟିଂ ପାଇଁ ମଧ୍ୟ ଆସିନଥିଲେ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ ରୋହିତ ।

Shreyas Iyer injured, ruled out of 3-match ODI series against New Zealand |  Mint

ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଗାତ ପାଇଥିଲେ ଶ୍ରେୟସ ଆୟର । ଏହି ସମସ୍ୟା ପୁଣିଥରେ ଦେଖା ଦେଇଥିବାରୁ ଏହା ଏବେ ଶ୍ରେୟସ ଏବଂ ଟିମ ଇଣ୍ଡିଆ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଯାଇଛି । ଗତବର୍ଷ ନିଜ ଡେବ୍ୟୁ ସିଜନରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଷ୍ଟାର ଖେଳାଳି ଶ୍ରେୟସ ଅୟର ।

Get real time updates directly on you device, subscribe now.