fbpx

ସାଧାରଣ ଲୋକଙ୍କୁ ଝଟକା: କ୍ଷୀର ପରେ ଦହି ଓ ପେଡା ହେଲା ମହଙ୍ଗା, ୧୨ରୁ ୨୫% ବଢ଼ିଲା ଦାମ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରହୁଥିବା ଲୋକଙ୍କୁ ଲାଗିଛି ଆଉ ଏକ ମହଙ୍ଗା ଝଟକା । ସଞ୍ଚି କ୍ଷୀରର ମୂଲ୍ୟ ବୃଦ୍ଧି ପରେ ଭୋପାଳ କୋଅପରେଟିଭ୍ ମିଲ୍କ ୟୁନିଅନ୍ ବର୍ତ୍ତମାନ ଅନ୍ୟ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି । ଦହି, ଲସି, ପନୀର, ସଞ୍ଚି ପେଡାର ଦାମରେ ୧୨ରୁ ୨୫ ପ୍ରତିଶତ ବୃଦ୍ଧି ଘଟିଛି ।

ସଞ୍ଚିର ୧୦୦ ଗ୍ରାମର ମିଠା ଦହି ୧୨ ବଦଳରେ ଏବେ ୨୫ ଟଙ୍କାରେ ମିଳିବ । ସେହିପରି ୨୦୦ ଗ୍ରାମର ଲସି ୨୬ ଟଙ୍କା ବଦଳରେ ୩୦ ଟଙ୍କାରେ ମିଳିବ । ୨୫୦ ଗ୍ରାମର ପେଡ଼ା ୯୫ ଟଙ୍କା ବଦଳରେ ଏବେ ୧୦୫ ଟଙ୍କାରେ ମିଳିବ । ସାଧା ଦହି ୫୦୦ ଗ୍ରାମର ଏବେ ୫୦ ବଦଳରେ ଏବେ ୫୫ ଟଙ୍କାରେ ମିଳିବ । ମାର୍ଚ୍ଚ ୧୧ ରୁ ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି ।

ସଞ୍ଚି କ୍ଷୀର ପରେ ଅନ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିଷୟରେ ସାଧାରଣ ଲୋକ କହିଛନ୍ତି ଯେ, ନୂଆ ବର୍ଷରେ ମହଙ୍ଗା ମାଡରୁ ମୁକ୍ତି ପାଇବାକୁ ଆଶା ରହିଥିଲା । ଗତ ବର୍ଷ ୪ରୁ ୫ ଥର କ୍ଷୀରର ମୂଲ୍ୟ ବୃଦ୍ଧି ପାଇଥିଲା । ନୂଆବର୍ଷ ଆରମ୍ଭରେ ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଲା ।

ଏଥି ସହିତ ବର୍ତ୍ତମାନ ଅନ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପରିବାରର ପକେଟକୁ ପ୍ରଭାବିତ କରିବ । ଲୋକମାନେ କହୁଛନ୍ତି ଯେ, ଯେହେତୁ ଏଗୁଡ଼ିକ ନିତିଦିନିଆ ଜିନିଷ, ସେଗୁଡିକୁ କିଣିବା ପାଇଁ ବାଧ୍ୟ ହେଉଛୁ । ଅନ୍ୟପକ୍ଷରେ ସଞ୍ଚି ପାର୍ଲରର ଅପରେଟରମାନେ କହିଛନ୍ତି ଯେ, ଯେଉଁଭଳି ଭାବରେ ସଞ୍ଚି ଉତ୍ପାଦର ମୂଲ୍ୟ ବୃଦ୍ଧି କରାଯାଇଛି, ଏହା ନିଶ୍ଚିତ ଭାବରେ ସେମାନଙ୍କ ବିକ୍ରୟ ଉପରେ ପ୍ରଭାବ ପକାଇବ ।

Get real time updates directly on you device, subscribe now.