fbpx

ODI ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଷ୍ଟାର ପ୍ଲେୟର: ଅଚାନକ ନିଷ୍ପତ୍ତି ନେଲେ କ୍ରିକେଟର

Advertisement

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ବିଭିନ୍ନ ଦେଶ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଦଳ ଏଥିପାଇଁ ଦଳର ଚୟନ ଜାରି ରଖିଛନ୍ତି । ତେବେ ବିଶ୍ୱକପ ଟାଇଟଲ ହାତେଇବା ପାଇଁ ସମସ୍ତ ଦଳରେ ଶ୍ରେଷ୍ଠ ଖେଳାଳିଙ୍କୁ ସ୍ଥାନ ଦେବାକୁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଉଛି । ଏହା ଭିତରେ ଜଣେ ଷ୍ଟାର ବୋଲର ଅଚାନକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପେସ୍ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିବା ଏହି ଷ୍ଟାର ପ୍ଲେୟର ନିଜ ସନ୍ନ୍ୟାସ ନେଇ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଆୟରଲାଣ୍ଡର ପୂର୍ବତନ ପେସ ବୋଲର ଟିମ୍ ମୁର୍ତାଘ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୨୩ ବର୍ଷରୁ କାଉଣ୍ଟି କ୍ରିକେଟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁର୍ତାଘ । ଚଳିତ କାଉଣ୍ଟି କ୍ରିକେଟ ସିଜନର ଶେଷରେ ମୁର୍ତାଘ ନିଜର ବୃତ୍ତଗତ କ୍ରିକେଟରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ତେବେ କ୍ୟାରିୟରରେ ନିଜର ଶେଷ ମ୍ୟାଚ ଟ୍ରେଣ୍ଟ ବ୍ରିଜରେ ନର୍ଟିଂଘାମଶାୟର ବିପକ୍ଷରେ ଖେଳିବେ ମୁର୍ତାଘ । ଚଳିତ ସପ୍ତାହ ଲର୍ଡସରେ ବାର୍ବିକଶାୟର ଖେଳାଯିବାକୁ ଥିବା ମ୍ୟାଚ ପାଇଁ ମିଡିଲସେକ୍ସ ଟିମ୍ ରେ ତାଙ୍କୁ ସାମିଲ କରାଯାଇଛି ।

କ୍ରିକେଟ କ୍ୟାରିୟରରେ ସେ ଆଜି ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ୱିକେଟ ନିଜ ନାମରେ କରିଛନ୍ତି । ତେବେ ୨୦୨୩ ମସିହା ଆରମ୍ଭରୁ ଜଣେ ଖେଳାଳି-କୋଚ୍ ଭୂମିକାରେ ରହିବା ପରେ ସେ ମିଡିଲସେକ୍ସ ବ୍ୟାକ-ରୁମ ଷ୍ଟାଫ ପୂର୍ଣ୍ଣକାଳୀନ କୋଚିଙ୍ଗକୁ ଯିବା ପାଇଁ ଯୋଜନା କରୁଛନ୍ତି । ନିଜ କ୍ରିକେଟ କ୍ୟାରିୟରରେ ଆୟଲାଣ୍ଡ ପାଇଁ ମୋଟ ୩ଟି ଟେଷ୍ଟ, ୫୮ ଦିନିକିଆ ଏବଂ ୧୪ ଟି-୨୦ ଖେଳିଛନ୍ତି ମୁର୍ତାଘ । ଏହି ମ୍ୟାଚଗୁଡ଼ିକରେ ସେ ମୋଟ ୧୦୦ଟି ହାସଲ କରିଥିବା ବେଳେ କ୍ରିକେଟ କ୍ୟାରିୟରରୁ ମୋଟ ୧୩୪୧ଟି ୱିକେଟ ହାସଲ କରିଛନ୍ତି ଟିମ୍ ମୁର୍ତାଘ ।

Get real time updates directly on you device, subscribe now.