SBIର ୪୪୪ ଦିନିଆ FDରେ ୪,୦୦,୦୦୦ ଜମା କଲେ, ପାଇବେ ଦମଦାର ସୁଧ, ଜାଣନ୍ତୁ ଡିଟେଲ୍ସ
ଏତିକି ଟଙ୍କା ନିବେଶ କଲେ, ପାଇବେ ଅଧିକ ସୁଧ
ନୂଆଦିଲ୍ଲୀ: ଏସବିଆଇର ୪୪୪ ଦିନିଆ ଏଫଡିରେ ୪,୦୦,୦୦୦ ଟଙ୍କା ଜମା କଲେ କେତେ ପାଇବେ ସୁଧ ଆସନ୍ତୁ ଜାଣିବା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ ଏସବିଆଇ, ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ।
ଏସବିଆଇରେ ଭିନ୍ନ-ଭିନ୍ନ ଅବଧିର ଏଫଡି ସ୍କିମ ଉପରେ ୩.୦୫ ପ୍ରତିଶତଠାରୁ ୭.୦୨ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ। ଏସବିଆଇର ୪୪୪ ଦିନିଆ ସ୍ପେଶାଲ ଏଫଡି ସ୍କିମ ଅମୃତ ବୃଷ୍ଟିରେ ସାଧାରଣ ନାଗାରିକମାନଙ୍କୁ ୭.୧୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୨୦ ପ୍ରତିଶତର ସୁଧ ମିଳୁଛି।
ଏସବିଆଇରେ ୪୪୪ ଦିନିଆ ଏଫଡିରେ ୪ ଲକ୍ଷ ଟଙ୍କା ଜମା କଲେ ସାଧାରଣ ନାଗରିକଙ୍କୁ ମାଚ୍ୟୁରିଟିରେ ସମୁଦାୟ ୪,୩୩,୧୫୪ ଟଙ୍କା ମିଳିବ।
ଏସବିଆଇରେ ୪୪୪ ଦିନିଆର ଏଫଡିରେ ୪ ଲକ୍ଷ ଟଙ୍କା ଜମା କଲେ ବରିଷ୍ଠ ନାଗରିକଙ୍କୁ ମାଚ୍ୟୁରିଟି ଉପରେ ସମୁଦାୟ ୪,୩୫,୭୫୨ ଏବଂ ଅତି ବରିଷ୍ଠ ନାଗରିକ(୮୦ ବର୍ଷରୁ ଅଧିକ ବର୍ଷ)ଙ୍କୁ ସମୁଦାୟ ୪,୩୬,୨୭୩ ଟଙ୍କା ମିଳିବ।