ରାଜ୍ୟ କ୍ୟାବିନେଟରେ 11ଟି ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ, ଜାଣନ୍ତୁ କେଉଁଥିରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟରେ 13 ପ୍ରସ୍ତାବକୁ ମଞ୍ଜୁରୀ । 11ଟି ବିଭାଗର 13ଟି ପ୍ରସ୍ତାବ ଉପରେ ବାଜିଲା ମୋହର ।

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ 13 ପ୍ରସ୍ତାବକୁ ମଞ୍ଜୁରୀ । 11ଟି ବିଭାଗର 13ଟି ପ୍ରସ୍ତାବ ଉପରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

ମୟୂରଭଞ୍ଜ ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଖୋଲିବ । ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ । ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ 4 ହଜାର 195 ପୋଷ୍ଟ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟମାସିକ ହଷ୍ଟେଲ ଫି’ 2 ହଜାର ଟଙ୍କା ଛାଡ଼ ନିଷ୍ପତ୍ତି । ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ । ସମୃଦ୍ଧ ସହର ଯୋଜନା ପାଇଁ 4,879.30 କୋଟି ବ୍ୟୟ ଅଟକଳ ।

2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ ।

ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ରାଜସ୍ବ, ଶକ୍ତି ବିଭାଗ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଗୃହ ନିର୍ମାଣ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ବି ମିଳିଲା ମୋହର ।