fbpx

୧୪ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର; ଶସ୍ତା ହେବ E_VEHICLE

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଇ ଯାନ ପଲିସିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଘୋଷଣା ଅନୁଯାୟୀ ଇ ଭେହିକିଲ୍ ଶସ୍ତା ହୋଇଯିବ । ଇଲେକ୍ଟ୍ରିକ୍ ଭେହିକିଲ କିଣିଲେ ସରକାର ରିହାତି ପ୍ରଦାନ କରିବେ । ୨୦୨୫ ସୁଦ୍ଧା ରାଜ୍ୟରେ ରହିଥିବା ଯାନର ୨୦ ପ୍ରତିଶତ ଯାନ ଇ ଭେହିକିଲ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଗାଡି ପଞ୍ଜୀକରଣ ଏବଂ ରୋଡ ଟ୍ୟାକ୍ସରେ ମଧ୍ୟ ରିହାତି ପ୍ରଦାନ କରାଯିବ । ଉତ୍ପାଦନକାରୀ କମ୍ପାନୀ ଓ ବ୍ୟବହାରକାରୀଙ୍କୁ ରିହାତି ନେଇ ମଧ୍ୟ ଘୋଷଣା କରାଯାଇଛି ।

ଏହା ସହିତ ରାଜ୍ୟର ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ଅଧିକ ସଶକ୍ତ କରିବା ପାଇଁ ଓଡ଼ିଶା ସ୍ୟାଣ୍ଡ ମାଇନିଂ ପଲିସିରେ କ୍ୟାବିନେଟ ମୋହର ଲାଗିଛି । ଓଡ଼ିଶା ଭେଟେରେନାରୀ ସର୍ଭିସ କ୍ୟାଡର ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ୪୨୯ ପଦବୀ ବଢିବା ସହିତ ରାଜ୍ୟରେ ସମୁଦାୟ ପଦବୀ ସଂଖ୍ୟା ୧୪୮୧ରୁ ବୃଦ୍ଧି ପାଇ ୧୯୧୦ରେ ପହଞ୍ଚିବ ବୋଲି କୁହାଯାଇଛି । ଏଡେଡ କଲେଜ ରିଟାୟର ବେନିଫିଟ ସ୍କିମକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରେଭିଜନାଲ ପେନସନ କରିପାରିବେ । ଆଞ୍ଚଳିକ ନିର୍ଦ୍ଦେଶକ କଲେଜ ଅଧ୍ୟକ୍ଷ ମାନଙ୍କ ପେନସନ କରିପାରିବେ ।

Get real time updates directly on you device, subscribe now.