fbpx

(VIDEO) ପାଞ୍ଚଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଓଡ଼ିଶାରେ କ’ଣ ହେବ: ରାଜ୍ୟ ନିର୍ବାଚନ କମିଶନ ଡକାଇଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସମସ୍ତଙ୍କର ନଜର ଓଡ଼ିଶା ଉପରେ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବ ନା କୋଭିଡ୍ କଟକଣା ମଧ୍ୟରେ ହେବ ସେନେଇ ଦ୍ୱନ୍ଦ୍ୱ ରହିଛି । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାକୁ ଥିବାରୁ ଆଜିର ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ବୈଠକରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତାବ କମିଶନଙ୍କ ନିକଟରେ ଉପସ୍ଥାପନ କରିବେ ।

ତେବେ ଆଜିର ବୈଠକ ପରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ । ଗତ ୮ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଓ ପଞ୍ଚାୟତ ନିର୍ବାଚନ ଗେଜେଟ୍ ପ୍ରକାଶ ପାଇଥିଲା । କରୋନା ସମୟରେ ନିର୍ବାଚନ କିପରି ହେବ ସେନେଇ ପୂର୍ବରୁ କମିଶନ ମୁଖ୍ୟ ଶାସନ ସଚିବ, ଏସଆରସି ଓ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଥିବା ବେଳେ ରାଜ୍ୟରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ନିର୍ବାଚନ କରାଇଲେ ଯଦି ଆଗକୁ ସଂକ୍ରମଣ ବଢ଼େ ତେବେ ସେଥିପାଇଁ ବଦନାମ ହେବାକୁ ପଡ଼ିବ । ଏଥିସହ ବହୁ ଲୋକଙ୍କ ଧନ ଜୀବନ ହାନୀ ହେବାର ଆଶଙ୍କା ରହିଛି । ତେଣୁ ନିର୍ବାଚନ କମିଶନ ସମସ୍ତ ଦଳ, ସରକାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପଯୁକ୍ତ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.