fbpx

ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି: ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ଦେବେ ସରକାର

ଭୁବନେଶ୍ୱର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମବାୟ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ। ସମୀକ୍ଷା ପରେ ମନ୍ତ୍ରୀ ନାୟକ ବଡ ସୂଚନା ଦେଇଛନ୍ତି। ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସଂପୂର୍ଣ୍ଣ ମାଗଣା ହେବ। ରାଜ୍ୟ ସରକାର ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ବାବଦ ଖର୍ଚ୍ଚ ବହନ କରିବେ।

ଓଡ଼ିଶା ଚାଷୀଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସାରା ଦେଶରେ ଅନନ୍ୟ। ସମବାୟ ବିଭାଗର ବିଭିନ୍ନ ଉପଲବ୍ଧି ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ। ଓଡ଼ିଶାରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦୀ ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି(ପାକ୍‌ସ)ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥାସମୟରେ ଏବଂ ସହଜ ସୁବିଧା କିମ୍ବା ବିଧା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି। ସେହିପରି ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହାଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଉଦ୍ଧ୍ୱର୍ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଗୁଡିକୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି।

ସେହିଭଳି ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନିରୁ ସୁରକ୍ଷା ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ୨୦୨୧-୨୨ ବର୍ଷ ପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ ଗୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଛି। ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛିି।

Get real time updates directly on you device, subscribe now.