fbpx
BSKY SKY
BSKY SKY

ଝିଅ ଜନ୍ମଦିନରେ ପହଞ୍ଚିବା ପୂର୍ବରୁ ମା’ ସହ ଘଟିଲା ଅଘଟଣ ; ଅଧାରେ ରହିଗଲା କେକ୍ କଟିଂ , ରାସ୍ତାରେ ପଡ଼ିଛି ବାର୍ବି ଡଲ୍ କେକ୍

BSKY

ନୂଆଦିଲ୍ଲୀ : ଆଜି ମୋ ଝିଅର ଜନ୍ମ ଦିନ । ଦୁନିଆର ସବୁଠାରୁ ସୁନ୍ଦର କେକ୍ ମୋ ଝିଅ ପାଇଁ ଆଣିବି । ମୋ ଝିଅ ନୂଆ ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶିବ । ମୁଁ ନେଇଥିବା କେକ୍ କାଟିବ । ବହୁତ ଖୁସୀ ହେବ, ବହୁତ ମଜା ହେବ । ଏଭଳି କିଛି ଚିନ୍ତା କରି ମାତ୍ର ତିନି ବର୍ଷର ଝିଅ ପାଇଁ କେକ୍ ଆଣିବାକୁ ଯାଇଥିଲା ମା’ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ମା କେକ୍ କିଣିଲା ସତ କିନ୍ତୁ ଝିଅ କାଟି ପାରିଲାଣି ।

ଦୁନିଆର କେଉଁ ମା’ ଚାହେଁନି ତା ପିଲାର ଜନ୍ମ ଦିନକୁ ଧୁମ୍‌ଧାମରେ ପାଳନ କରିବାକୁ । କିଏ ଟଙ୍କା ପଇସା ଅଭାବରୁ କରିପାରେନି ତ ଅନ୍ୟ କିଏ ବିଧିର ବିଧାନରୁ.. । ଝିଅ ଜନ୍ମ ଦିନ ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତ ସରିଥିଲା । ହୋଟେଲ ମଧ୍ୟ ବୁକ୍ ହୋଇଥିଲା । ବାପା ଦୂରରେ ରହୁଥିବାର ଗେହ୍ଲୀ ଝିଅର କୌଣସି ଖୁସୀକୁ ଅଧାରୁ ଛାଡିବାକୁ ଚାହୁଁନଥିଲା ମା’ । ସବୁ ସମ୍ପର୍କୀୟଙ୍କୁ ନିମନ୍ତ୍ରିତ ହୋଇଥିଲା । ଖାଲି ଅପେକ୍ଷା ଥିଲା କେକ୍ କଟିଂକୁ । ଆଉ ସେଥିପାଇଁ ମା’ ଯାଇଥିଲା କେକ୍ କିଣିବାକୁ । କେକ୍ କିଣି ଘରକୁ ଫେରିବା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲା ମା’ । ଘଟଣାସ୍ଥଳରେ ଉଡିଗଲା ପ୍ରାଣବାୟୁ । ମା’ ଚାଲିଗଲା ଅପେରନ୍ତା ରାଇଜକୁ । ରାସ୍ତାରେ ପଡିଛି କେକ୍ । ଝିଅ ପାଖରେ ପହଞ୍ଚିଲାନି ମା’ ଆଣିଥିବା ବାର୍ବି ଡଲ କେକ୍ ।

ଏଭଳି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ହରିୟାଣାରେ । ୩୦ ବର୍ଷୀୟ ସୁପ୍ରିୟା ଝିଅ ଜନ୍ମ ଦିନର କେକ୍ ଆଣିବାକୁ ଯାଇଥିଲେ । ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ତଳେ ପଡିଯାଇଥିଲେ , ଏହି ସମୟରେ ତାଙ୍କ ଉପରେ ଏକ ବଡ ଗାଡି ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗୋଟିଏ ସେକେଣ୍ଟରେ ଛାରଖାର ହୋଇଗଲା ସବୁ ଖୁସୀ । ତିନି ବର୍ଷର ଝିଅ ମୁଣ୍ଡରୁ ଉଠିଗଲା ମା’ର ହାତ । ସବୁ ଖୁସୀ ପାଣି ଫୋଟକା ଭଳି ମିଳେଇଗଲା ।

Get real time updates directly on you device, subscribe now.