fbpx

ଗଣଶିକ୍ଷା ବିଭାଗର ସୂଚନା: ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରାଯିବ, କିଣାଯିବ ୯୬ ହଜାର ଟାବଲେଟ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିବା ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ୯୬ ହଜାର ଟାବଲେଟ୍ କିଣିବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁତାବକ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ବିଭାଗୀୟ ସଚିବଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ଯୋଜନା ଓ ସଂଯୋଜନା ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇସାରିଥିବା ବେଳେ ତାହା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଅପେକ୍ଷା ରହିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଟାବଲେଟ୍ କିଣାଯିବ ।

ଶିକ୍ଷାର ଉନ୍ନତି କରିବାକୁ ହେଲେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିହାତି ଜରୁରୀ । ସେଥିପାଇଁ ରାଜ୍ୟ ସରକାର ପ୍ରଥମେ ଶିକ୍ଷକଙ୍କ ଦକ୍ଷତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଶିକ୍ଷକମାନେ ଦକ୍ଷତାସମ୍ପନ୍ନ ହେଲେ ସେମାନେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦକ୍ଷ କରାଇବାରେ ସହାୟକ ହୋଇପାରିବେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ୯୬ ହଜାର ୭୧୮ଟି ଟାବଲେଟ୍ କ୍ରୟ କରାଯିବ । ସେଥିପାଇଁ ରାଜ୍ୟ ସରକାର ପାଖାପାଖି ୨୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.