fbpx

ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ଯେ, ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ଅଛି । ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦ (ଜିଏସଡିପି)ର ୧୭.୮୦% ଅଟେ ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣ ପରିମାଣ ୧୨୨୯୧୭.୨୫ କୋଟି ହେବ । ଅର୍ଥାତ ୮ ମାସରେ ଋଣ ଭାର ୧୮୬୦୫.୧୩ କୋଟି ବଢ଼ିବ । ସେହିପରି ୨୦୧୧-୧୩ ରେ ମୁଣ୍ଡ ପିଛା ଋଣ ଭାର ୯୧୪୪.୪୦ ଟଙ୍କା ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ବଢ଼ିକି ୨୩୭୬୧.୮୩ ଟଙ୍କା ହୋଇଛି । ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୧୦ ବର୍ଷରେ ୧୪୬୧୭.୪୩ ଟଙ୍କା ବଢ଼ିଛି ।

Get real time updates directly on you device, subscribe now.