fbpx

ଭାରତୀୟ ଷ୍ଟିଲ ଅଥରିଟିରେ ନିଯୁକ୍ତି ପାଇ ପାରିବେ: ଅନଲାଇନ୍ ଆବେଦନ ଆରମ୍ଭ ହେଲା

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭାରତୀୟ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କ ଟ୍ରେଡ ଆପ୍ରେଣ୍ଟାଇସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୯ ତାରିଖରେ ସମାପ୍ତ ହେବ । ଚଳିତ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏସସି / ଏସଟି / ଓବିସି / ପିଡବ୍ଲ୍ୟୁଡି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ କୋହଳ ନିୟମ ଭାରତ ସରକାରଙ୍କ ନିୟମ ଅନୁଯାର୍ଯ୍ୟ ଧାର୍ଯ୍ୟ କରାଯିବ ।

ବର୍ଣ୍ଣପୁର ଷ୍ଟିଲ ପ୍ଲାଣ୍ଟରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହ ଯେ କୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୨୦୨୦ ପରେ ଆଇଟିଆଇ ପାସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଇଲେକ୍ଟ୍ରିସିଆନ, ଫିଟର, ରିଗର, ଟର୍ଣ୍ଣର, ମେସିନିଷ୍ଟ, େଓଲଡର, କମ୍ପ୍ୟୁଟର /ଆଇସିଟିଏସଏମ, ପ୍ଲମ୍ବର ଆଦି ଟ୍ରେଡରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ: https://naps-cdn.s3.ap-south-1.amazonaws.com/miscellaneous/Notification_Trade_Apprentice.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.sail.co.in/en/home

Get real time updates directly on you device, subscribe now.