fbpx
BSKY SKY
BSKY SKY

ଖୁସି ଖବର.. ତେଲର ଦାମ୍ ରେ ରେକର୍ଡ ହ୍ରାସ: ଜାଣନ୍ତୁ କେତେ କମିଲା ମୂଲ୍ୟ

BSKY

ନୂଆଦିଲ୍ଲୀ: ସାରା ଦେଶରେ ମହଙ୍ଗା ମାଡକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି । ବିଶେଷ କରି ତେଲ ସବୁଠୁ ଜରୁରୀ ଜିନିଷ ହୋଇଥିବା ବେଳେ ଏହାର ଦାମ୍ ବେଶୀ କନ୍ଦାଉଛି । କିନ୍ତୁ ଏହି ସମୟରେ ଆସିଛି ଏକ ବଡ ଖୁସି ଖବର । ଏବେ ଖାଇବା ତେଳରେ ହ୍ରାସ ହୋଇତିବା ରେକର୍ଡ ହୋଇଛି । ଆମଦାନୀ ହୋଇଥିବା ଶସ୍ତା ଖାଦ୍ୟ ତେଲ ଯୋଗୁଁ ସ୍ଥାନୀୟ ମଣ୍ଡିରେ ତୈଳ ଏବଂ ତୈଳବୀଜ ଜିନିଷରେ ହ୍ରାସ ଘଟିଛି । ତେବେ ପାମ୍ ଅଏଲ ଉପରେ ପୂର୍ବ ଅପେକ୍ଷା ଅଧିକ ହ୍ରାସ ରେକର୍ଡ କରାଯାଇଛି ।

ଏହି ହ୍ରାସ ପରେ ରାଜଧାନୀ ଦିଲ୍ଲୀର ନରେଲା ମଣ୍ଡି ଏବଂ ନଜଫଗଡ ମଣ୍ଡିରେ ସୋରିଷ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୪୫୦ଟଙ୍କାରୁ କମ୍ ରହିଛି । ତେବେ ଶନିବାର ୩୮ ପ୍ରତିଶତ ତେଲ ପାଇଁ ଉପଯୁକ୍ତ ସୋରିଷର ମୂଲ୍ୟ ଖୋଲାରେ କ୍ୱିଣ୍ଟାଲ ପିଛା ୪୬-୪୭ ଶହ ଟଙ୍କାରେ ବିକ୍ରି ହୋଇଛି । ସରକାର କୃଷକମାନଙ୍କ ପାଖରୁ ଉଚିତ ମୂଲ୍ୟରେ ସୋରିଷ କିଣୁଥିଲେ ବି ଏହା ଯଥେଷ୍ଟ ହୋଇ ପାରୁନାହିଁ । ଯାହାଦ୍ୱାରା କୃଷକ ଏବଂ ତେଲ ଉଦ୍ୟୋଗୀ ଉଭୟଙ୍କୁ ବଡ କ୍ଷତି ହେଉତିବା ସେମାନେ ପ୍ରକାଶ କରିଛନ୍ତି । ତେବେ ଏହି ସ୍ତିତି ଆଗକୁ ଆହୁରି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.