fbpx
BSKY SKY
BSKY SKY

କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ କୋଟିଏ ଟଙ୍କାର ବ୍ରାଉନସୁଗର

BSKY

ଭୁବନେଶ୍ୱର: ରାଜ୍ୟରେ ନିଶାଧାରୀଙ୍କ ସଂଖ୍ୟା ଉପରମୁହାଁ ହେବାରେ ଲାଗିଛି । ଯୁବପୀଢି ମାନଙ୍କ ମଧ୍ୟରେ ଏହା ଏକ ଫ୍ୟାସନରେ ପରିଣତ ହୋଇଛି । ଏନେଇ ପୋଲିସ ପ୍ରଶାସନ ସଜାଗ ରହିବା ସତ୍ତେ୍ୱ ଲୋକେ ଅପରାଧ କରିବା ପାଇଁ ପଛ ଘୁଞ୍ଚା ଦେଉନାହାନ୍ତି । ଆଜି ପୁଣିଥରେ ରାଜ୍ୟରେ ବ୍ରାଉନସୁଗର ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବ୍ରାଉନ ସୁଗାର ବେପାରୀ ଧରାପଡିଛନ୍ତି । ତାଙ୍କ ନିକଟରୁ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ବ୍ରାଉନସୁଗର ବେପାରୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଏହା ନୟାଗଡ଼ ଫରେହଗଡ଼ ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଜବତ କରିଛି । ଏଥିରେ ୧କେଜି ୧୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରୀ ରଖିଛି । ଏହା ବ୍ୟତୀତ ଗତ ଜାନୁଆରୀ ୭ ତାରିଖରେ ରାଜ୍ୟର ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗର ଜବତ କରାଯାଇଥିଲା । ଜଗତସିଂହପୁରର ଯୋଗଧାରୀ ନିକଟରୁ ୧୨୨ ଗ୍ରାମର ବ୍ରାଉନସୁଗର, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି । ସେଠାରେ ଜଣେ ବେପାରୀଙ୍କୁ ଗିରଫ କରାଯିବା ସହ ୫ହଜାର ଟଙ୍କା ଜବତ କରାଯାଇଥିଲା ।

Get real time updates directly on you device, subscribe now.