fbpx

Video: ବୁର୍ଖା ପିନ୍ଧିଥିବା ଝିଅଙ୍କ ସହ କରୁଥିଲେ ଡେଟ, ସାଙ୍ଗ ଆସି ଏପରି ଖୋଲିଦେଲେ ଗୁପ୍ତକଥା

ନୂଆଦିଲ୍ଲୀ: ସାଧାରଣତଃ ସାଙ୍ଗ ମାନେ ନିଜ ପ୍ରିୟସାଙ୍ଗ ମାନଙ୍କ ସହ ମସ୍ତି ମଜାକ କରିଥାନ୍ତି । ଏହା ସ୍କୁଲରେ ହେଉ କି କଲେଜରେ ହଉ, ସବୁ ଜାଗାରେ କୌତୁହଳ କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଯେତେବେଳେ ସାଙ୍ଗର ଗର୍ଲଫେଣ୍ଡ କଥା ଆସେ ସେତେବେଳେ ତା ଠାରୁ ଅଧିକ ମଜା ମସ୍ତି ଚାଲିଥାଏ । ତେବେ ଏହି ଭିଡ଼ିଓରେ ଆପଣ ଦେଖନ୍ତୁ କିପରି ଜଣେ ସାଙ୍ଗ ତା ଗାର୍ଲପ୍ରେଣ୍ଡ ସହ ଡ଼େଟ କରୁଥିବା ଅବସ୍ଥାରେ ଅନ୍ୟଜଣେ ସାଙ୍ଗ ସେଠାରେ ପହଁଚି ତାଙ୍କୁ ଡ଼ିଷ୍ଟର୍ବ କରିବାକୁ ଆରମ୍ଭ କଲେ । ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଅଛି ଯେଉଁଥିରେ ସାଙ୍ଗ ମାନଙ୍କ ସାଙ୍ଗେ ଏପରି ପ୍ରାଙ୍କ ହୋଇଥାଏ । ଏମିତି କିଛି ଦୃଶ୍ୟ ଏହି ଭିଡ଼ିଓରେ ଦେଖାଯାଇଛି ।

ଇଣ୍ଟରନେଟର ଏହି ଭାଇରାଲ ଭିଡ଼ିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଏକ ରେଷ୍ଟରୁରାଣ୍ଟରେ ଏକ ବୁର୍ଖା ପିନ୍ଧିଥିବା ଝିଅ ସହ ବସି କଥାବାର୍ତ୍ତା ହେଉଛି । ହଠାତ କିଏ ଜଣେ କ୍ୟାମେରା ଧରି ଭିତରକୁ ଏଣ୍ଟ୍ରି କରୁଛି । ଭିତରେ ବସିଥିବା ବ୍ୟକ୍ତି କ୍ୟାମେରାକୁ ଅନାଇ ଖୁବ ଜୋରରେ ହସିବାକୁ ଲାଗୁଛନ୍ତି । ଏହାର ମାନେ ହେଉଛି କ୍ୟାମେରା ଧରିଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ସାଙ୍ଗ । ଡ଼େଟ କରୁଥିବା ବାଳକ ହଠାତ ଉଠି ଯାଇ ପଚାରୁଛି କଣ ହେଲା? କାହିଁକି ତମେ ହସୁଛ? ଏହା ପଚାରି ଉଭୟ ହସିବାକୁ ଲାଗିଛନ୍ତି । ଅସଲ କଥାଟି ହେଉଛି ଡ଼େଟ କରୁଥିବା ଝିଅ ପ୍ରକୃତରେ ଝିଅ ନଥିଲା । ବୁର୍ଖା ଖୋଲିଲା ପରେ ଜଣା ପଡ଼ିଲା ଯେ, ସେ ଝିଅ ନୁହେଁ, ସେ ଜଣେ ପୁଅ । ସେହି ଜଣକ ହେଉଛନ୍ତି ତାଙ୍କରି ଜଣେ ସାଙ୍ଗ ।

ପ୍ରାଙ୍କ କରୁଥିବା ବାଳକ କହିଲେ, ବୁର୍ଖା କାଢି ମୁହଁ ଦେଖାଇବା ପାଇଁ । ଯେତେବେଳେ ସେ କାଢିଦେଲେ ସେତେବେଳେ ପ୍ରକୃତ କଥା ଜଣା ପଡ଼ିଥିଲା ଯେ, ସେ ଝିଅ ନୁହେଁ ପୁଅ । ଏହାପରେ ସମସ୍ତେ ସେହି ରେଷ୍ଟରୁରାଣ୍ଟରେ ହସିବାକୁ ଲାଗିଥିଲେ । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ …ନାମ ଅଇଡ଼ିରେ ଛଡ଼ା ଯାଇଛି । ଏହି ଭିଡ଼ିଓକୁ ୨୯ହଜାର ଲୋକ ଲାଇନ କରିବା ସହ ୨୬ଲକ୍ଷ ଲୋକେ ଦେଖିଛନ୍ତି । କିଛି ଲୋକେ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆମେ ପୁଅ ସେଥିପାଇଁ ଆମ ସହ ଏପରି ହେଉଛି ।

 

View this post on Instagram

 

A post shared by Mohd Anas (@mohd_anas_00777)

Get real time updates directly on you device, subscribe now.