fbpx

ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି ପଠାନ ଫିଲ୍ମର ଟ୍ରେଲର; ଦର୍ଶକଙ୍କ ଉତ୍ସାହ ବଢାଇଲା ନୂଆ ପୋଷ୍ଟର

ମୁମ୍ବାଇ: ପଠାନ ଫିଲ୍ମ ପୋଷ୍ଟର ଏବଂ ଗୀତ ରିଲିଜ ହେବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରିହିଛି । ଯାହାଫଳରେ ଟ୍ରୋଲରମାନେ ଟ୍ରୋଲ କରିଆସୁଛନ୍ତି । ଏଥିସହିତ ଏହି ଫିଲ୍ମରେ ଥିବା ‘ବେସରମ ରଙ୍ଗ’ ଗୀତକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା । ତେବେ ସବୁ ପରେ ମଧ୍ୟ ଏହି ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଶାହାରୁଖ ଖାନଙ୍କ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି । ତେବେ ଶାହାରୁଖ ଖାନ୍ ଦୀର୍ଘ ୪ବର୍ଷ ପରେ ପରଦାକୁ ଫେରିଛନ୍ତି ତା ପୁଣି ଆକ୍ସନ ମୁଭିରେ । ଯାହାକୁ ନେଇ ପ୍ରଶଂସକମାନେ ଅନେକ ଉତ୍ସାହିତ ଅଛନ୍ତି ଏବଂ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ଚାହିଁ ବସିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାୟୀ, ଶାହାରୁଖ ଏବଂ ଦିପୀକାଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଚଳିତ ବର୍ଷ ଜାନୁଆରୀ ୧୦ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ଆଜି ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନ ସମସ୍ତେ ସୋସିଆଲ ମିଡିଆରେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ଟ୍ରେଲର କେଉଁ ତାରିଖ ଏବଂ କେଉଁ ସମୟରେ ରିଲିଜ ହେବ ତାହା ମଧ୍ୟ ଜଣାଇଛନ୍ତି। ପୋଷ୍ଟର ଅନୁଯାୟୀ, ‘ପଠାନ’ ଫିଲ୍ମର ଟ୍ରେଲର ଆସନ୍ତାକାଲି ସକାଳ ୧୧ ଟାରେ ମୁକ୍ତିଲାଭ କରିବ । ଫଳରେ ଆପଣମାନେ ଆସନ୍ତାକାଲି ଏହି ଫିଲ୍ମର ଝଲକ ଦେଖିବାକୁ ପାଇବେ ।

 

View this post on Instagram

 

A post shared by Shah Rukh Khan (@iamsrk)

ନୂଆ ପୋଷ୍ଟରରେ ଫିଲ୍ମର ମୁଖ୍ୟ କଳାକାର – ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଅବ୍ରହାମ ଥିବା ଦେଖିବାକୁ ମିଲିଛି । ପୋଷ୍ଟରରେ ଦୀପିକା ଏକ ବ୍ୟାକଲେସ୍ ପୋଷାକରେ ଥିବାବେଳେ ସେ ଏକ ବନ୍ଧୁକ ଧରିଛନ୍ତି । ଏତତ୍ ବ୍ୟତୀତ ଶାହାରୁଖ ଖାନଙ୍କ ରକ୍ତଭିଜା ଲୁକକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।ବ ଏଥିସହିତ ଜନ୍ ଅବ୍ରହାମଙ୍କ ଲୁକ୍ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ତେବେ ପଠାନ ରିଲିଜ୍ ପୂର୍ବରୁ ମଧ୍ୟ ଏହା ଅନେକ ଜିନିଷକୁ ନେଇ ବିବାଦ ଘେରରେ ରହିଛି ଯେଉଁଥିରେ ଫିଲ୍ମର ପ୍ରଥମ ଗୀତ ‘ବେସରାମ ରଙ୍ଗ’ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

 

Get real time updates directly on you device, subscribe now.